କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ବୈଜୟନ୍ତୀ ମିଶ୍ର

ଡାକ୍ତର ହେବାର ଲକ୍ଷ୍ୟ: ବାପା, ମା, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଲେ ଶ୍ରେୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଚଳିତ ବର୍ଷର ମାଟ୍ରିକ ବୋର୍ଡ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ଟପ୍ପର ହେଇଛନ୍ତି ମ.ରାମପୁରର ବୈଜୟନ୍ତୀ ମିଶ୍ର। ସମୁଦାୟ ୬୦୦ ମାର୍କରୁ ୫୮୫ମାର୍କ ସହ ୯୭.୫ପ୍ରତିଶତ ରଖି ପାଶ କରିଥିବା ବୈଜୟନ୍ତୀ ଏହାର ଶ୍ରେୟ ବାପା ମା, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେବା ସହ ଜଣେ ଡ଼ାକ୍ତର ହେବାକୁ ଇଛା ପ୍ରକାଶ କରିଛନ୍ତି। ବାପା ବିଜୟ କୁମାର ମିଶ୍ର ଏବଂ ମା ସୁପ୍ରିୟା ମିଶ୍ରଙ୍କ ଝିଅ ଶ୍ରୀଏଜୁକେଶନରେ ଅଧ୍ୟୟନ କରୁଥିବା ବେଳେ ଉର୍ଲାଦାନୀ ହାଇସ୍କୁଲ୍ ମାଧ୍ୟମରେ ପରୀକ୍ଷା ଦେଇଥିଲେ। ବାପା ମୃତ୍ତିକା ସଂରକ୍ଷଣ ବିଭାଗର ଜଣେ ଠିକା କର୍ମଚାରୀ ଓ ମା’ ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକତା କରନ୍ତି। ବୈଜୟନ୍ତୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସପ୍ତମ ଯାଏଁ, ଅଷ୍ଟମ ଶ୍ରେଣୀ ସ୍ଥାନୀୟ ନୋଡାଲ ସ୍କୁଲରେ ଏବଂ ନବମ ଓ ଦଶମ ଶ୍ରେଣୀ ଘରୋଇ ବିଦ୍ୟାଳୟ ତୁଜୁଙ୍ଗ ସ୍ଥିତ ଶ୍ରୀଏଜୁକେଶନ୍ ରେ ପଢୁଥିଲେ। ଏହି ଘରୋଇ ବିଦ୍ୟାଳୟରେ ପଢ଼ି ସେ ଉର୍ଲାଦାନୀ ହାଇସ୍କୁଲ୍ ତରଫରୁ ବୋର୍ଡ ପରୀକ୍ଷା ଦେଇଥିଲେ। ଶ୍ରୀ ଏଜୁକେଶନରେ ପ୍ରଥମଥର ପାଇଁ ଜିଲ୍ଲା ଟପ୍ପର ହେବା ନିଶ୍ଚିତ ଭାବରେ ଏକ ଖୁସିର ବିଷୟ ବୋଲି ବିଦ୍ୟାଳୟର ପରିଚାଳନା ନିର୍ଦେଶକ ସରୋଜ ପତି କହିଛନ୍ତି। ତେବେ ଆଜି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏବଂ ଜିଲ୍ଲା ଟପ୍ପର ହେବା ପରେ ମ.ରାମପୁର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି। ଏଠାରେ ସୂଚନା ଯୋଗ୍ୟ ଯେ, ବୈଜୟନ୍ତୀ ତୃତୀୟ ବୃତ୍ତି ଠାରୁ ଆରମ୍ଭ କରି ସମସ୍ତ ଶ୍ରେଣୀରେ ନିଜର ପ୍ରତିଭାର ପରିଚୟ ଦେବା ସହ କବିତା ଲିଖନ, ବକ୍ତୃତା, ପ୍ରବନ୍ଧ ଭଳି ବିଭିନ୍ନ ବିଭାଗ ରେ ଅନେକ ସମୟରେ ପୁରସ୍କୃତ ହୋଇଛନ୍ତି। ନର୍ଲା ବିଧାୟକ ଭୁପିନ୍ଦର ସିଂ, ମ.ରାମପୁର ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ସତପଥି ବୈଜୟନ୍ତୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.