ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସିନାପାଲିର ସଦା ସକ୍ରିୟ ସାହିତ୍ଯ ଅନୁଷ୍ଠାନ ଗଙ୍ଗାଧର ସାରସ୍ୱତ ସମିତି ଏବଂ ସବୁଜିମାର ସ୍ୱର ପରିବାରର ମିଳିତ ଉଦ୍ଯମରେ ସିନାପାଲି କେଂଦ୍ର ପ୍ରାଥମିକ ବିଦ୍ଯାଳୟ ଠାରେ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ସାରସ୍ୱତ ସମିତିର ସଭାପତି ତଥା ସବୁଜିମାର ସ୍ୱରର ସଂଯୋଜକ ବୈଷ୍ଣବ ମେହେର, ସାରସ୍ୱତ ସମିତିର ବରିଷ୍ଠ ସଦସ୍ଯ ରବିଂଦ୍ରନାଥ ଯୋଷୀ, ସଂପାଦକ ତରୁଣ କୁମାର ମେହେର, ସହସଂପାଦକ ଲଳିତ କୁମାର ସୁନାରୀ, ଗୌତମ ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ଅବସର ପ୍ରାପ୍ତ କଲେଜ ଅଧ୍ଯକ୍ଷ ଲମ୍ୱୋଦର ମେହେର, ସମାଜସେବୀ ପ୍ରଦୀପ ଜୈନ୍, ବରିଷ୍ଠ ଶିକ୍ଷକ ହୃଦାନନ୍ଦ ମାଝୀ ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣ ଭଳି ମହତ କାର୍ଯ୍ଯକୁ ଉଚ୍ଚ ପ୍ରଶଂସା କରିବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ନିମ୍ୱ, ବାଦାମ, ପଣସ, ଅଁଳା,ପିଜୁଳି, ସାଗୁଆନ ଆଦି ବୃକ୍ଷ ରୋପଣ କରାଯାଇଥିଲା। ଅନ୍ଯମାନଙ୍କ ମଧ୍ଯରେ ବିଜୟ କୁମାର ଯୋଷୀ, ସତ୍ଯବ୍ରତ ଗହିର, ଧୄବଚରଣ ପଧାନ, ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା, ତ୍ରୀନାଥ ମେହେର, ପରେଶନାଥ ପାଣିଗ୍ରାହୀ, ସୁବାସ ସାହୁ, ଶିବପ୍ରସାଦ ମେହେର, କମଳଜୀତ ବୈକାର, ସୂର୍ଯ୍ଯକାନ୍ତ ବାରିକ, ହରେକୃଷ୍ଣ ମେହେର, ସାନୁର୍ଯ୍ଯ ମେହେର, ନିଳାଂଚଳ ମେହେର, କମଳ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହ କାର୍ଯ୍ଯକ୍ରମକୁ ସଫଳ କରିଥିଲେ।