କୁଲତା ଯୁବ ଶକ୍ତି ଓଡିଶା ତରଫରୁ ଭଜନ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାମାଜିକ ସଂଗଠନ କୁଲତା ଯୁବ ଶକ୍ତି ଓଡିଶା ତରଫରୁ ଭର୍ଚୁଆଲ ମାଧ୍ୟମରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। କୁଲତା ଯୁବ ଶକ୍ତି କଳା ଓ ସଂସ୍କୃତି ସଂଯୋଜିକା ପୂଜା ବେହେରାଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ କୁଲତା ଯୁବ ଶକ୍ତିର ଉପଦେଷ୍ଟା ହରେକୃଷ୍ଣ ଭୋଇ , ଗଜିନ୍ଦ୍ର ପଧାନ, ଶାନ୍ତନୁ ଭୋଇ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। କୁଲତା ଯୁବ ଶକ୍ତି ଓଡିଶାର ସଭାପତି ଉମେଶ ଚନ୍ଦ୍ର ପଧାନ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ କୁଲତା ଯୁବ ଶକ୍ତି ତରଫରୁ କଳା ଓ ସଂସ୍କୃତି ଉପରେ ବିଭିନ୍ନ କାର୍ଯ୍ୟକ୍ରମମାନ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରୁବି ନାଏକ, ସେବତୀ ପଧାନ, ଦୀପା ପଧାନ, ଡୋଲାମଣି ପ୍ରଧାନ, ବୁବୁନ ବିଶ୍ବାଳ, ଧିରେନ୍ଦ୍ର ପ୍ରଧାନ, ଉତ୍ତମା ପଧାନ, ହରିଶ୍ଚନ୍ଦ୍ର ନାଏକ, ସଞ୍ଜୁକ୍ତା ସ୍ବାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଯୁବପିଢୀ ମଧ୍ୟରେ ଲୁଚି ରହିଥିବା ଅନ୍ତଃନିହିତ କଳାକୁ ଏଭଲି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଅଣାଯାଇପାରିବ ବୋଲି କୁଲତା ଯୁବ ଶକ୍ତିର ଉପଦେଷ୍ଟା ହରେକୃଷ୍ଣ ଭୋଇ ମତବ୍ୟକ୍ତ କରିଥିଲେ। ପ୍ରକାଶ ଥାଉ କି କୁଲତା ଯୁବ ଶକ୍ତି ସଂଗଠନ ପଶ୍ଚିମ ଓଡିଶାରେ ବିଭିନ୍ନ ଜନହିତକର କାର୍ଯ୍ୟରେ ଜଡିତ ରହି ଜନମାନସରେ ବିଶେଷ ଆଦୃତ ହୋଇପାରିଛି। ରକ୍ତଦାନ, ମାଗଣା ଶିକ୍ଷାଦାନ ଓ ଅପହଞ୍ଚ ଇଲାକାର ଜନସାଧାରଣ କିଭଳି ସରକାରୀ ସୁବିଧା ପାଇପାରିବେ ସେ ଦିଗରେ ମଧ୍ୟ କାର୍ଯ୍ୟକରୁଛି କୁଲତା ଯୁବଶକ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.