ଭୁବନେଶ୍ବର, ୧୮/୧୧:
ପୂର୍ବତନ ସାଂସଦ ବୈଷ୍ଣବ ପରିଡାଙ୍କ ସ୍ବାସ୍ଥ୍ୟ ଗୁରୁତର ଥିବା ଖବର ମିଳିଛି। ଗତ ଫେବୃଆରୀ ମାସରୁ ଦୁସାଧ୍ୟ ରୋଗରେ ପୀଡିତ ବୈଷ୍ଣବବାବୁ ଉଚ୍ଚ ଚିକିତ୍ସକମଣ୍ଡଳୀଙ୍କ ଅଧୀନରେ ଚିକିତ୍ସାଧୀନ ଥିଲେ। ମାତ୍ର ଏଇ କିଛିଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଯିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମଝିରେ ସେ ଘରକୁ ଫେରିଥିଲେ। ମାତ୍ର ପୁଣିଥରେ ତାଙ୍କ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ତିନିଦିନ ତଳେ ପୁନଃ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ହଠାତ୍ ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ହୋଇଯାଇଛି।