ଜୟପାଟଣାର ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଧାୟକ ପ୍ରଦିପ ଦିଶାରୀ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ କଳାହାଣ୍ଡିରେ ଲଗାଣ ବର୍ଷା ଜାରି ରହିଛି। ଜିଲ୍ଲାର ସମସ୍ତ ବ୍ଲକରେ ବର୍ଷା ହେଉଥିବା ବେଳେ ଜୟପାଟଣା ବ୍ଲକରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହାତୀ ନଦୀ ଏବଂ ଗାଇଧାର ନଦୀରେ ବନ୍ୟା ଆସିବାର ଦେଖିବାକୁ ମିଳିଥିଲା। ଫଳରେ ଏହି ଦୁଇ ନଦୀ କୂଳରେ ବସବାସ କରୁଥିବା ଗାଁ ଗୁଡ଼ିକରେ ବନ୍ୟା ଜଳ ପଶିବାର ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବିଧାୟକ ପ୍ରଦିପ କୁମାର ଦିଶାରୀ ସ୍ଥାନୀୟ ଅତିରିକ୍ତ ତହସିଲଦାରଙ୍କ ସହିତ ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଳାଭଟ୍ଟା ଗ୍ରାମ ପଂଚାୟତର ପୋଡାଖୋଳ, ଜରିଗୁମା, କୋକୁଡି, ଚାଚିଗୁଡା ପ୍ରଭୃତି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ବିଧାୟକଙ୍କ ଗସ୍ତ ସମୟରେ ଅଁଳାଭଟ୍ଟା ସରପଞ୍ଚଙ୍କ ପ୍ରତିନିଧି ଚୁଡ଼ାମଣି ନାଏକ ଏବଂ ଗ୍ରାମ ପଂଚାୟତର କର୍ମଚାରୀ ଓ ଅଂଚଳର ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ରହି ବନ୍ୟା ପ୍ରଭାବିତ ହୋଇ ଥିବା ସ୍ଥାନ ଗୁଡିକ ଚିହ୍ନଟ କରିବାରେ ସାହାଯ୍ୟ କରିଥିଲେ। ଏହି ଅବସରରେ ଲାଞ୍ଜିଗଡ଼ ବିଧାୟକ ଲୋକ ମାନଙ୍କ ସହିତ ବନ୍ୟା ବିଷୟରେ ଆଲୋଚନା କରି ଯେଉଁ ଜମି ଗୁଡିକରେ ବାଳିଚର ହୋଇଛି ତାହାର କ୍ଷତିପୂରଣ ବାବଦରେ ସରକାରଙ୍କୁ ଅବଗତ କରାଇବି ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.