ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଗଣେଶ ପୂଜା, ସପ୍ତାହବ୍ୟାପୀ ପୂଜିତ ହେବେ ଗଣପତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସନାତନ ସଂସ୍କୃତିର ଅଗ୍ରପୂଜ୍ୟ ଦେବତା ଗଣପତିଙ୍କ ପୂଜାନୋତ୍ସବ ପାଇଁ ଉତ୍ସବ ମୁଖର ହୋଇପଡିଛି ପୁରପଲ୍ଲୀ । ସେହିକ୍ରମରେ ଭାଦ୍ରପଦ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ୩୦ତମ ଶ୍ରୀଗଣେଶ ପୂଜା ପାଳିତ ହେଉଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆର୍କଷଣୀୟ ପୂଜା ମେଢ ତଥା ତୋରଣ ଭିତରେ ଉପାସିତ ହେଉଛନ୍ତି ବିଘ୍ନହର୍ତ୍ତା ଗଣପତି । ଦେବଗିରି ଶିଳ୍ପୀ ସମ୍ମାନ ପ୍ରାପ୍ତ ଯୁବ ଶିଳ୍ପୀ ସରୋଜ ବିଶିଙ୍କ ଦ୍ବାରା ନିର୍ମିତ ହୋଇଛି ୯ ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି । ସାଜସଜ୍ଜା ଓ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରିଛନ୍ତି ଭୁବନେଶ୍ୱର ସ୍ଥିତ ଧଉଳୀ ଚାରୁକଳା ମହାବିଦ୍ୟାଳୟ ଛାତ୍ର ତଥା ଅନୁଷ୍ଠାନର ଯୁବ ଶିଳ୍ପୀ ସୁମିତ କୁମାର ଧଙ୍ଗଡାମାଝୀ, ଶିଳ୍ପୀ ରମେଶ କୁମାର ଧଙ୍ଗଡାମାଝୀ, ମୋହିତ ଧଙ୍ଗଡାମାଝୀ, ନରେଶ ଧଙ୍ଗଡାମାଝୀ, ମଣ୍ଟୁ ବାଗ ପ୍ରମୁଖ । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡାମାଝୀ, ସଭାପତି ସଞ୍ଜୟ ଧଙ୍ଗଡାମାଝୀ, ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ସହସଂପାଦକ ସୁଧିର କୁମାର ଧଙ୍ଗଡାମାଝୀଙ୍କ ମାର୍ଗଦର୍ଶନ ଏବଂ ସାଂସ୍କୃତିକ ସଂପାଦକ ସଲିଲ କୁମାର ଧଙ୍ଗଡାମାଝୀ ଓ କୋଷାଧ୍ୟକ୍ଷ ଜୟଦ୍ରଥ ଜାଲଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ପୂଜାର୍ଚ୍ଚନା । ଆଜି ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ସପ୍ତାହବ୍ୟାପୀ ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ପୂଜାର କର୍ତ୍ତା ଭାବେ ରାଧାମୋହନ ଧଙ୍ଗଡାମାଝୀ ଓ ତାଙ୍କ ଧର୍ମପତ୍ନୀ ରେବତୀ ଧଙ୍ଗଡାମାଝୀ ଦାଇତ୍ୱ ନିର୍ବାହ କରୁଛନ୍ତି ।

କାର୍ଯ୍ୟକ୍ରମ ପରିଚାଳନାରେ ଅନିଲ ଧଙ୍ଗଡାମାଝୀ, ସଂକିର୍ତ୍ତନ ବାଗ, ଶିବୁ ପୋଢ, ଲବଣୀ ଧଙ୍ଗଡାମାଝୀ, ବନବାସ ବାଗ, ଭବାନୀ ପୋଢ, ସୁଶିଲ କୁମାର ଧଙ୍ଗଡାମାଝୀ, ମକରଧ୍ବଜ ପୋଢ, ଲୋଚନ ପୋଢ, ରମାକାନ୍ତ ଗହୀର, ତପନ ଜାଲ, କ୍ରିଷ୍ଣା ପୋଢ, ମାନସ ଗହୀର, ସରୋଜ ଭୋଇ, ମିତ୍ରସେନ ପୋଢ, ସତ୍ୟ ମାଝୀ, ଭୀମ ମାଝୀ, କାର୍ତ୍ତିକ ବାଗ, ସନମ ମାଝୀ, ପ୍ରକାଶ ଧଙ୍ଗଡାମାଝୀ, ଅଜୟ ଧଙ୍ଗଡାମାଝୀ, ଜଗ ଗହୀର, ତନୁରଞ୍ଜନ ଧଙ୍ଗଡାମାଝୀ, ଆକାଶ ଧଙ୍ଗଡାମାଝୀ, ଅକୃର ଲୋହରା, ବିକାଶ ଧଙ୍ଗଡାମାଝୀ, ବିପିନ ଗହୀର, ସଦସ୍ୟା ବିଜୟଲକ୍ଷ୍ମୀ ଧଙ୍ଗଡାମାଝୀ, ଝିଲି ଧଙ୍ଗଡାମାଝୀ, ଶାନ୍ତି ଜାଲ, ନମ୍ରତା, ଶ୍ରେୟାଂଶୀ ପ୍ରମୁଖଙ୍କ ସହ ଅନୁଷ୍ଠାନର ପୂର୍ବତନ ସଭାପତି ପ୍ରଦୀପ କୁମାର ଧଙ୍ଗଡାମାଝୀ ସହଯୋଗ କରୁଛନ୍ତି । ଏଥିରେ ସକାଳ ସନ୍ଧ୍ୟା ଭୋଗ ସହ ଗ୍ରାମବାସୀଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଦେବଗିରି ପ୍ରାଚୀନ ମହାକାନ୍ତାର ସଭ୍ୟତାର ଅଂଶ ବିଶେଷ ହୋଇଥିବା ବେଳେ ଏହି ସ୍ଥାନରୁ ଖ୍ରୀଷ୍ଟିୟ ଦ୍ବିତୀୟ ଶତାବ୍ଦୀର ଗଣପତି ମୂର୍ତ୍ତି ଉଦ୍ଧାର ହୋଇଛି । ଏହି ସ୍ଥାନ ପଞ୍ଚ ଦେବାଦେବୀ ଉପାସନା ସହ ପ୍ରାଚୀନ ଦେବାଦେବୀ ଆରଧନାର ଅନନ୍ୟ କ୍ଷେତ୍ର ହୋଇଥିବାରୁ ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ ଅତି ଆଡମ୍ବର ସହକାରେ ଗଣେଶ ପୂଜା କରା ଯାଇଥାଏ । ବିଶାଳକାୟ ମୂର୍ତ୍ତି ଓ ସୁନ୍ଦର ମେଢ ଦେଖିବାକୁ ଆଖପାଖ ଅଞ୍ଚଳର ଜନସାଧାରଣ ଏଠାରେ ଭିଡ଼ ଜମାଇଥାନ୍ତି । ଏବର୍ଷ ମଧ୍ୟ ପୂଜାରେ ପ୍ରବଳ ଭିଡ଼ ହେଉଥିବା ଦେଖାଯାଇଛି । ଏହାସହ ନର୍ଲା ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ ସମେତ ରୁପ୍ରାରୋଡ, ନର୍ଲା, ରୁପ୍ରା, ପଲମ, ଗିଗିନା, ମୁସ୍କୁଟି, ଭୀମକେଲା, ତୁଲାପଡା, ସେରଗଡ, ଶାନ୍ତପୁର, ବଡଧାରପୁର, ନିଶାଣପୁର, ଛତିକୁଡା ଛକ, ଉଲିକୁପା ପ୍ରଭୃତି ଅଞ୍ଚଳର ଗାଁ ଗାଁରେ ପୂଜିତ ହୋଇଛନ୍ତି ଗଜାନନ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.