କର୍ଲାକୋଟ ପୂଜା ମଣ୍ଡପ ବୁଲି ଦେଖିଲେ ଲାଞ୍ଜିଗଡ଼ ବିଧାୟକ ଓ ଜୟପାଟଣା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରୀ ଗଣେଶ ଚତୁର୍ଥୀ ମହା ଆଡ଼ମ୍ବରରେ ପାଳିତ ହେଉଛି। ଏହି ଅବସରରେ ଲାଞ୍ଜିଗଡ଼ ବିଧାୟକ ପ୍ରଦିପ କୁମାର ଦିଶାରୀ ଏବଂ ଜୟପାଟଣା ବ୍ଲକ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ଦେବ ପୁଝାରୀ ଜୟପାଟଣା ବ୍ଳକ ଅନ୍ତର୍ଗତ ବଡ଼ କର୍ଲାକୋଟ ପୂଜା ମଣ୍ଡପ ଠାରେ ଶ୍ରୀ ଗଣେଶଙ୍କ ଦର୍ଶନ କରିବା ସହିତ ମହାପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ବିଧାୟକ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଏବଂ ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.