ଆନ୍ତର୍ଜାତିକ ସାକ୍ଷରତା ଦିବସ: ବେଦାନ୍ତ ଆଲୁମିନିୟମ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସ୍ଥାନୀୟ ଗୋଷ୍ଠୀକୁ ସଶକ୍ତ କରୁଛି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର| ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦ ନିର୍ମାତା ସ୍ଥାନୀୟ ଗୋଷ୍ଠୀଙ୍କୁ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସଶକ୍ତ କରିବା ପାଇଁ ସାକ୍ଷରତା ପ୍ରୟାସ ଜାରୀ ରଖିଛି । ଏହି ଉଦ୍ଦେଶ୍ୟରେ କଂପାନି ଗତ ଦୁଇବର୍ଷ ମଧ୍ୟରେ କୋଭିଡ ମହାମାରୀ ହେତୁ ଶିକ୍ଷଣ ବ୍ୟବଧାନକୁ ଦୂର କରିବା ପାଇଁ ପ୍ରାକ ବିଦ୍ୟାଳୟ ଶିକ୍ଷା ଠାରୁ ଆରମ୍ଭ କରି ଇ- ଲାଣ୍ଡିଂ କାର୍ଯ୍ୟକ୍ରମ ପରି ଗୁଣମାନର ଶିକ୍ଷା କାର୍ଯ୍ୟକ୍ରମ ପରିଚାଳନା କରୁଛି। ଏହି କାର୍ଯ୍ୟକ୍ରମ ଝାରସୁଗୁଡ଼ା ଜିଲ୍ଲାରେ ହାରାହାରି ସାକ୍ଷରତା ସ୍ତରକୁ ୭୦.୫୫% (୨୦୦୧) ଠାରୁ ୭୮.୮୬% (୨୦୧୧)କୁ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଯଦ୍ବାରା ପ୍ରାୟ ୬୪୦୦ ପିଲା ଉପକୃତ ହୋଇଛନ୍ତି ।

Omkar Vasthu
Omkar Vasthu

ଶିକ୍ଷାଦାନର ଏହି ମହାନ ପନ୍ଥାକୁ ଆପଣାଇ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ସରକାରୀ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ଏହି ଅଂଚଳରେ ସାକ୍ଷରତା ତଥା ଶିକ୍ଷାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପୁଷ୍ପା ମିଂଜ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ପଦୀପ୍ତ ସା ବେଦାନ୍ତକୁ ପ୍ରଶଂସା ଓ ଅଭିନନ୍ଦନ ଜଣାଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ବର୍ତମାନ ବେଦାନ୍ତ ଦ୍ବାରା ପରିଚାଳିତ କେତେକ ଶିକ୍ଷା ପଦକ୍ଷେପ ଗୁଡ଼ିକ ନିମ୍ନ ପ୍ରକାର:

ଅଙ୍ଗନବାଡ଼ି ମାଧ୍ୟମରେ ୫୦୦୦ରୁ ଅଧିକ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷାଦାନ ।

Udyog Nursery
Udyogi Nursery

ଓଡ଼ିଶା ସରକାରଙ୍କ ଦ୍ବାରା ମୋ ସ୍କୁଲ ଅଭିଯାନ ଅଧିନରେ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ।

ବିଦ୍ୟାଗ୍ରହ ଏକ ଇ- ଲଣ୍ଡିଂ କାର୍ଯ୍ୟକ୍ରମରେ ଅଷ୍ଟମ-ଦଶମ ଶ୍ରେଣୀର ପିଲାମାନଙ୍କୁ ଅନଲାଇନ ଶିକ୍ଷାଦାନ ସହ ଅଷ୍ଟମରୁ ଦଶମ ଶ୍ରେଣି ଶିଷ୍ୟର୍ଥି ମାନଙ୍କର କ୍ୟାରିୟର ସଂପର୍କରେ ଉପଯୁକ୍ତ ପରାମର୍ଶ ।

ବେଦାନ୍ତ ମିନି ସାଇନ୍ସ ସେଂଟରରେ ୧୨୦୦ରୁ ଧିକ ଛାତ୍ର ଛାତ୍ରୀଙ୍କୁ ଅଭିନବ ମଡେଲ, ପରୀକ୍ଷଣ ଓ ଉପକରଣ ଯୋଗାଯାଇ ବିଜ୍ଞାନ ଓ ଗଣିତକୁ ପ୍ରଭାବଶାଳୀ ଓ ଆକର୍ଷଣୀୟ ଉପାୟରେ ଶିକ୍ଷାଦାନ ।

ବେଦାନ୍ତ କଂପ୍ୟୁଟର ସାକ୍ଷରତା କାର୍ଯ୍ୟକ୍ରମ ଜରିଆରେ କଂପ୍ୟୁଟର ସାକ୍ଷରତା ଓ ତାଲିମ ପ୍ରଦାନ ।

ବେଦାନ୍ତ-ଡିଏଭି ଶିକ୍ଷା ସହାୟତା କାର୍ଯ୍ୟକ୍ରମ ଦ୍ବାରା ଝାରସୁଗୁଡ଼ାରେ ପବ୍ଲିକ ସ୍କୁଲ ପ୍ରତିଷ୍ଠା କରାଯାଇ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ।

କୃତ୍ରିମ ଇଂଟେଲିଜେନ୍ସ (ଏଆଇ) ଶିକ୍ଷା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କୁ ଏଆଇ ଆଧାରିତ ଜ୍ଞାନ ପ୍ରଦାନ କରିବା ସହିତ ବାସ୍ତବ ଦୁନିଆର ସମସ୍ୟା ପାଇଁ ଏଆଇ- ଆଧାରିତ ସମାଧାନ ଗଠନ କରିବା ।

କୋରାପୁଟ ଜିଲ୍ଲାରେ ବେଦାନ୍ତ ଆଲୁମିନିୟମ ମାଇନିଂ ଟିମ ଦ୍ଵାରା ୫୦୦୦ରୁ ଅଧିକ ଛାତ୍ର ଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ବଂଟନ । ବେଦାନ୍ତର କର୍ମଚାରୀମାନେ ଏହି ଅଂଚଳରେ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ପ୍ରଦାନ ।

ଏହି ଅଂଚଳରେ ସାକ୍ଷରତା ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କଂପାନିର ପ୍ରୟାସ ସଂପର୍କରେ ସୂଚନା ଦେଇ ଶ୍ରୀ ସୁନୀଲ ଗୁପ୍ତା, ସିଇଓ, ବେଦାନ୍ତ ଲିମିଟେଡ, ଝାରସୁଗୁଡ଼ା କହିଛନ୍ତିଯେ ‘ଆମେ ଗୁଣାତ୍ମକ ଶିକ୍ଷା ଉଦ୍ଦେଶ୍ୟକୁ ନେଇ ୟୁଏନ ସଷ୍ଟାନେବୁଲ ଗୋଲ ପାଇଁ ପ୍ରତିବଦ୍ଧ, କାରଣ ଆମେ ବିଶ୍ଵାସ କରୁଯେ ଆମ ସ୍ଥାନୀୟ ଗୋଷ୍ଠୀର ଏହା ହେଉଛି ମୌଳିକ ଅଧିକାର ଓ ବିକାଶର ପ୍ରାଥମିକତା । ଝାରସୁଗୁଡ଼ା ଅଂଚଳରେ ଶିକ୍ଷାର ପ୍ରସାର ଘଟିଛି ଯାହା ଏଥର ମାଟ୍ରିକ ପାଶ ହାରରୁ ପ୍ରତିଫଳିତ । ଶ୍ରୀ ଭି. ଶ୍ରୀକାନ୍ତ, ସିଇଓ ଖଣି ବ୍ୟବସାୟ, ବେଦାନ୍ତ ଲିମିଟେଡ କହିଛନ୍ତି ଯେ ଆମର ବିକାଶ ମୂଳକ ପଦକ୍ଷେପ ଗୁଡ଼ିକ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ହୋଇଛି । ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ ସାକ୍ଷରତା ବିଭାଜନକୁ ଦୂର କରିବା ଓ ଗୁଣାତ୍ମକ ଶିକ୍ଷା ପାଇଁ ଆମର ସ୍ଥାନୀୟ ଗୋଷ୍ଠୀର ଉନ୍ନତି ପାଇଁ ଆମେ ସୁପାରିଶ କରୁଛୁ ।

କଂପାନିର ଶିକ୍ଷା ପଦକ୍ଷେପ ସଂପର୍କରେ ପୁଷ୍ପା ମିଂଜ, ଜିଲ୍ଲା ଶିକ୍ଷା ଅଧିକାରୀ, ଝାରସୁଗୁଡ଼ା କହିଛନ୍ତିଯେ- ଏହି ଅଂଚଳର ସ୍ଥାୟୀ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ବେଦାନ୍ତ ଲିମିଟେଡର ପ୍ରୟାସ ବାସ୍ତବିକ ପ୍ରଶଂସନୀୟ । ଝାରସୁଗୁଡ଼ା ଅଂଚଳରେ ସ୍ଥାନୀୟ ଗୋଷ୍ଠୀଙ୍କ ପାଇଁ ବେଦାନ୍ତର କାର୍ଯ୍ୟକ୍ରମ ଗୁଣାତ୍ମକ ଶିକ୍ଷା ପାଇଁ ମାର୍ଗଦର୍ଶନ କରିବ । ବେଦାନ୍ତର ସାମଜିକ ପଦକ୍ଷେପ ଗୁଡ଼ିକ ମଧ୍ୟରେ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଦକ୍ଷତା ବିକାଶ, ମହିଳା ସଶକ୍ତି କରଣ, ଜଳ ଓ ପରିମଳ ଓ ଗୋଷ୍ଠୀର ଉନ୍ନତି ପାଇଁ କଂପାନି ୭୯ରୁ ଅଧିକ ଗ୍ରାମରେ ଏକ ବର୍ଷରେ ପ୍ରାୟ ୧.୭ ଲକ୍ଷ ଲୋକଙ୍କୁ ସେବା ଯୋଗାଇ ଦେଇଛି । ୩୩୯ରୁ ଅଧିକ ଏସଏଚଜିରେ ୪୦୦୦ରୁ ଅଧିକ ମହିଳାଙ୍କୁ ସାବଲମନର ମାର୍ଗ ଦେଖାଇଛି । ବର୍ଷକୁ ପ୍ରାୟ ୩୨୦୦୦ ଲୋକଙ୍କ ପାଖରେ ପହଂଚି ସାସ୍ଥ୍ୟ ସେବା ଓ ୬୪୦୦ରୁ ଅଧିକ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ସହାୟତା ଯୋଗାଇ ଦେଇଛି। କଂପାନି ପକ୍ଷରୁ ୧.୪୮ ଲକ୍ଷ ବୃକ୍ଷ ରୋପଣ କରାଯାଇଥିବା ଜଣାଯାଏ ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍ମେଲ୍ଟର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.