ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ମାକ୍ରିପଡ଼ା ସ୍ଥିତ ୮୦ ବର୍ଷର ପୁରୁଣା ଶ୍ରୀ ଶ୍ରୀ ପାତାଳେଶ୍ଵର ଶୈବପିଠ ପାର୍କର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚହଗାଁ ସରପଞ୍ଚ ତପସ୍ୱିନୀ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ରହି ଭୂମି ପୂଜନ କରିଥିଲେ । ସମ୍ମାନିତ ଅତିଥି ଭାବେ ଡ଼. ଭବାନୀ ଶଙ୍କର ନିଆଲ ଉପସ୍ଥିତ ରହି ସମବେତ ଅଞ୍ଚଳ ବାସିଙ୍କୁ ଶ୍ରୀ ଶ୍ରୀ ପାତାଳେଶ୍ଵର ମହାଦେବଙ୍କ ମନ୍ଦିରର ଆନୁସଙ୍ଗୀକ ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ଆଲୋଚନା କରିଥିଲେ ।
ଦେଶରାଜ ଜୁଆଡ଼ ଏବଂ ଆମର ମାଟି ଆମର ଦାବୀ ସଂଗଠନର ସଭାପତି ନୀଳାମ୍ବର ସାହୁ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମାଜସେବୀ ଜଗତ ରାମ ସାହୁ, ଜଳନ୍ଧର ଯାନୀ, କ୍ଷୀରସିନ୍ଧୁ ସାହୁ, ବିକ୍ରମ ସାହୁ, ଯୁଧିଷ୍ଠି ସାହୁ, ରାମଚନ୍ଦ୍ର ଢଙ୍ଗଡ଼ା ମାଝୀ, ଟୁପିଚନ ସାହୁ, ଅଭିରାମ ସାହୁ, ସବିତା ମାଝୀ, ଧନେଶ୍ୱର ମାଝୀ, ସୁଶାନ୍ତ ମାଝୀ, ପାର୍ଥବ ବାଗ, ପ୍ରତାପ ବାଗ, ବ୍ୟାସଦେବ ସାହୁ, ଜୟଶଙ୍କର ବଗର୍ତି, କୈଳାଶ ସାହୁ, ଦେବରାଜ ଯାନୀ, ଅଞ୍ଜନ ସାହୁ, ସଚିନ ସାହୁ, ବୋଲବମ କମିଟି ମାକ୍ରିପଡା, ଶୈବପୀଠ କମିଟି ଏବଂ ନାଏବ ସରପଞ୍ଚ ମୋହିତା ବାଗ, ପଞ୍ଚାୟତ ପିଓ ପ୍ରଦୀପ୍ତ ମିଶ୍ର, ଜି.ଆର.ଏସ ତପିମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।