ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତା ର ବରଗାଁ ଛକ ନିକଟରେ ଏକ ଅଟୋ ଧକ୍କା ଦେବାରୁ ଜଣେ ସ୍କୁଲ ଛାତ୍ରୀ ଗୁରୁତର ହେଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁସାରେ କଲମପୁର ଦୁର୍ଗା ମାଧବ ହାଇସ୍କୁଲ ଠାରେ ନବମ ଶ୍ରେଣୀରେ ପଢ଼ୁଥିବା ରୋହିଣୀ ମାଝୀ ନାମକ ଜନୈକା ଛାତ୍ରୀ ୪ଟା ବେଳେ ସ୍କୁଲ ଛୁଟି ହେବା ପରେ ନିଜ ସାଇକଲ ଯୋଗେ ଗଞ୍ଜେଇଗୁଡା ଠାରେ ଥିବା ଘରକୁ ଫେରୁଥିଲେ। ବରଗାଁ ଛକ ନିକଟରେ ହଠାତ୍ ଓଡି୦୮ ଏମ୍ ୧୪୯୧ ନମ୍ବର ବିଶିଷ୍ଟ ଅଟୋ ଛାତ୍ରୀ ରୋହିଣୀ ଙ୍କ ସାଇକେଲ କୁ ଧକ୍କା ଦେଇଥିଲା। ଯାହାରି ଫଳରେ ଛାତ୍ରୀ ଜଣକ ଛିଟିକି ପଡି ଗୁରୁତର ହେଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତମାନ ଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.