ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଭୂର୍ଷୀଗୁଡ଼ାର ବେଣୁପାଣି ଦୁର୍ଗା। ନିର୍ବାଚନ ପ୍ରକ୍ରିୟା ପୂର୍ବରୁ ଶେଷ ହୋଇଥିବା ବେଳେ ମଙ୍ଗଳବାର ଉକ୍ତ ନିର୍ବାଚନର ଫଳାଫଳ ଘୋଷଣା କରିଛନ୍ତି ଜାତୀୟ ଯୁବ କଂଗ୍ରେସର ନିର୍ବାଚନ ଅଧିକାରୀ। ଏହା ପୂର୍ବରୁ ଶ୍ରୀ ଦୁର୍ଗା ଜିଲ୍ଲା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ସମ୍ପାଦକ ଓ ପ୍ରବକ୍ତା, ଭାବେ ଦାୟିତ୍ଵ ତୁଲାଇ ଆସିଛନ୍ତି। ଯୁବନେତା ଶ୍ରୀ ଦୁର୍ଗା ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହେବା ପରେ ସେ ଆଗାମୀ ଦିନରେ ଓଡିଶାର ଯୁବକଙ୍କ ନାର୍ଯ୍ୟ ଦାବି ପାଇଁ ଲଢେଇ ଜାରି ରଖିବା ସହ ଯୁବକମାନଙ୍କୁ କଂଗ୍ରେସ ପ୍ରତି ଆକୃଷ୍ଟ କରାଇ ତୃଣମୂଳସ୍ତରରେ ଦଳକୁ ମଜବୁତ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏହି ଖବର ଶୁଣିବା ପରେ ତାଙ୍କ ସମର୍ଥକ ଓ ଅଞ୍ଚଳବାସୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଉକ୍ତ ନିର୍ବାଚନରେ ତାଙ୍କୁ ସହଯୋଗ କରିଥିବା ସମସ୍ତ ଯୁବବନ୍ଧୁଙ୍କୁ ସେ ଧନ୍ୟବାଦ ଦେବା ସହ କଂଗ୍ରେସର ନେତୃବୃନ୍ଦମାନଙ୍କୁ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ପଦବି ପାଇଁ ଗତ ଏପ୍ରିଲ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଚଳିତ ମାସ ୨୫ ତାରିଖରେ ଏହାର ଫଳାଫଳ ଘୋଷଣା କରାଯାଇଛି। ୩୨୩୦ ଖଣ୍ଡ ଭୋଟ ପାଇ ସେ ବିଜୟ ହେଇଛନ୍ତି।