ଶହୀଦ ସପ୍ତାହ ପାଳନ ପାଇଁ ଆହ୍ବାନ ଦେଇ ବ୍ୟାନର ଲଗାଇଲେ ମାଓବାଦୀ 

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଞ୍ଚଳରେ ମାଓବାଦୀମାନେ ବ୍ୟାନର ଲଗାଇ ପୁଣି ଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଗୋଛାପଡା ଥାନାର ମାଓ ଅଧୁଷିତ ଅଞ୍ଚଳ କୁହାଯାଉଥ‌ିବା ଗୋଛାପଡା ପଞ୍ଚାୟତର ଡେରାକୁମ୍ପା ଗାଁ ନିକଟରେ ଥ‌ିବା ଡ୍ରାଗନ ବଗିଚା ନିକଟରେ ଗୁରୁବାର ସକାଳୁ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ସେହିଭଳି କୁଏରମାଣ୍ଡୁ, ପାହିରାଜୁ, ଓ ବାଲନ୍ଦାପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଧ୍ଯ ମାଓ ବ୍ୟାନର ଲାଗିଥିବା ଖବର ମିଳିଛି। ବ୍ୟାନରରେ ଜୁଲାଇ ୨୭ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବା ପାଇଁ ଆହ୍ବାନ ଦେଇଛି ଲାଲବାହିନୀ। ସିପିଆଇ ମାଓ ବାଦୀ ସଙ୍ଗଠନ ତରଫରୁ ଏହି ମାଓ ପୋଷ୍ଟର ଲଗା ଯାଇଥିବା ଉଲ୍ଲେଖ ରହିଛି। ମାଓ ବ୍ୟାନର ଦେଖ‌ିବା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ, ଏହି ଅଞ୍ଚଳରେ ପୂର୍ବରୁ ମାଓବାଦୀ ଓ ସୁରକ୍ଷା ବାହିନୀ ଅନେକ ଥର ମୁହାଁମୁହିଁ ହୋଇଥ‌ିବା ବେଳେ କିଛି ଦିନ ତଳେ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.