ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀଙ୍କ ଖାଇବା ଥାଳିରେ ରୁଟିରେ ଅସରପା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଜ ରୁଟିରେ ଏକ ଅସରପା ଲାଗିଥିବା ଦେଖିବାକୁ ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଇଆରସିଟିସି କ୍ୟାଟରିଂ ଷ୍ଟାଫ୍ ଏହି ଖାଦ୍ୟ ପରିବେଷଣ କରିଥିଲେ। ଭୋପାଳରୁ ଗ୍ୱାଲିୟର ଯାଉଥିବା ବେଳେ ଏପରି ଏକ ସ୍ଥିତିର ସାମ୍ନା କରିଛନ୍ତି। ଏହି ପୋଷ୍ଟକୁ ସୁବୋଧ ପହଲଜନ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ଏକ୍ସ (ପୂର୍ବର ନାମ ଟ୍ୱିଟର)ରେ ସେୟାର କରିଛନ୍ତି।

Omkar Vasthu
Omkar Vasthu

ଯାତ୍ରୀ ଜଣକ ସେୟାର କରିଥିବା ଫଟୋରେ ଗୋଟିଏ ରୁଟିରେ ପୋକ ବା ଅସରପା ଲାଗିଥିବା ଦେଖିବାକୁ ମିଳିଛି। ଯାତ୍ରୀ ଜଣକ ଏକ୍ସରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ IRCTCofficial ଟ୍ୟାଗ୍ କରିଥିଲେ ଏବଂ #Vandebharatexpress ଏବଂ #VandeBharat ଭଳି ହ୍ୟାସଟ୍ୟାଗ୍ ବ୍ୟବହାର କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହାପରେ ଆଇଆରସିଟିସି ଅଭିଯୋଗର ସମାଧାନ କରିବା ପାଇଁ ଯାତ୍ରୀଙ୍କ ପିଏନଆର ନମ୍ବର ମାଗିବା ସହିତ ଏହାର ଉତ୍ତର ଦେଇ କହିଥିଲେ, ଆପଣଙ୍କ ଖାଇବା ପ୍ଲେଟରେ ଯେଉଁ ସମସ୍ୟା ଉପୁଜିଲା ସେଥିପାଇଁ ଆମେ ଦୁଃଖିତ। ଭବିଷ୍ୟତରେ ଏଭଳି ଘଟଣାକୁ ଏଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଆମେ ଏହି ଅପ୍ରୀତିକର ଅନୁଭୂତି ପାଇଁ ଉଦ୍ଦେଶ୍ୟ ରଖି ନଥିଲୁ। ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ। ଆପଣଙ୍କୁ PNR ଏବଂ ମୋବାଇଲ ନମ୍ବରକୁ ଡାଇରେକ୍ଟ ମେସେଜରେ ସେୟାର କରିବାକୁ ଅନୁରୋଧ।

Udyog Nursery
Udyogi Nursery

ରେଳବାଇରେ ଖାଦ୍ୟର ଗୁଣବତ୍ତା ଏବଂ ସୁବିଧାକୁ ନେଇ ଯେଉଁ ଅନେକ ଘଟଣା ସାମ୍ନାକୁ ଆସିଛି, ଏହା ସେଥିମଧ୍ୟରୁ ଏହା ଅନ୍ୟତମ। ଭାରତୀୟ ରେଳବାଇ ଓ ଆଇଆରସିଟିସି ସେମାନଙ୍କ ଖାଦ୍ୟ ସେବାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ଜରୁରୀ ହୋଇପଡ଼ିଛି, ଯାହା ଫଳରେ ଏଭଳି ତ୍ରୁଟିର ପୁନରାବୃତ୍ତି ହେବ ନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.