ବାପୁଜୀ କ୍ଲଷ୍ଟର ପକ୍ଷରୁ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ବାପୁଜୀ କ୍ଲଷ୍ଟର ଭବାନୀପାଟଣା ତରଫରୁ ସ୍ଥାନୀୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ତଥା ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସଭାପତି ସରକାରୀ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର, ମୁଖ୍ୟ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡା, ମୁଖ୍ୟ ବକ୍ତା କବି ତଥା ସାମ୍ବାଦିକ ସ୍ବାଧୀନ ପାତ୍ର, ସମ୍ନାନିତ ଅତିଥି ଏବିଇଓ ତଥା ବିଆରସିସି ଜୟ କୁମାର ମାଝୀ, ଏବିଇଓ ହୃଷିକେଶ ନାଏକ ଓ ଜଗଦୀଶ ଚନ୍ଦ୍ର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକମାନଙ୍କ ସହ ଅଧାରୁ ପାଠ ଛାଡ଼ି ଥିବା ପିଲାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା, ଜବାହର ନବୋଦୟ ବିଦ୍ୟାଳୟ ସିଲେକ୍ସନ ଟେଷ୍ଟର ଅନଲାଇନ୍ ନାମାଙ୍କନ, ଇନ୍ପାୟାର ଏୱାଡ ପାଇଁ ଆଇଡିଆ ଅପଲୋଡ ତଥା ଅନ୍ଯାନ୍ୟ ବିଷୟରେ ଆଲୋଚନା କରିବା ପରେ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅବସରପ୍ରାପ୍ତ ବିଇଓ ଠାକୁର ଚରଣ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ଯୋତ୍ସ୍ନା ମିଶ୍ର, ସ୍ନେହଲତା ଖାଡଙ୍ଗା, ପୁର୍ବତନ ଜିଲ୍ଲା ସଭାପତି ଶିକ୍ଷକ ସଂଘ ତଥା ପ୍ରଧାନଶିକ୍ଷକ ମନୋଜ କୁମାର ପାଣିଗ୍ରାହୀ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମିନତି ରୟ, ସ୍ନିଗ୍ଧା ୱିଲିୟମ୍, ସହ-ଶିକ୍ଷୟିତ୍ରୀ ଜ୍ଯୋତ୍ସ୍ନା ପଟ୍ଟନାୟକ, ତ୍ରିବେଣୀ ବିଷୋୟୀ ଓ ଜଗଦୀଶ ଚଲାନଙ୍କୁ କ୍ଲଷ୍ଟର ସ୍ତରରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ତତ୍ ସଙ୍ଗେ ସଙ୍ଗେ ଏହି କ୍ଲଷ୍ଟରର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟ କରି ଏବିଇଓକୁ ପଦୋନ୍ନତି ପାଇଥିବା ସୁବର୍ଣ୍ଣେଶ୍ବରୀ ବେଦବାକ୍ ଏବିଇଓ କର୍ଲାମୁଣ୍ଡା, ସୁଢଳ ଦେବ ମୁଣ୍ଡ ଏବିଇଓ ଲାଞ୍ଜିଗଡ଼, ଜଗଦୀଶ ମୁଣ୍ଡ ଏବିଇଓ ଭବାନୀପାଟଣା, ଲୀନା ଦାସ ଏବିଇଓ ଗୋଲାମୁଣ୍ଡାଙ୍କୁ “ଆଦର୍ଶ ଶିକ୍ଷକ ସମ୍ମାନ”ରେ ସମ୍ମାନୀତ କରାଯାଇଛି। ଏଥି ସହିତ ଏହି କ୍ଲଷ୍ଟରର ପଦୋନ୍ନତି ପାଇ ଅନ୍ଯାନ୍ୟ କ୍ଲଷ୍ଟରକୁ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀରୂପେ ଯାଇଥିବା ବ୍ୟକ୍ତିତ୍ବ ଓ ଅନ୍ୟ କ୍ଲଷ୍ଟରରୁ ଆରଇଓ କଲୋନୀରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସିଥିବା ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଭଟ୍ଟ ପ୍ରମୁଖଙ୍କୁ ଯଥାମାନ୍ଯ ପ୍ରଦର୍ଶନ କରାଯାଇଥିଲା। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ସୁନୀତା କୃପ୍ ଅତିଥି ପରିଚୟ ପ୍ରଦାନ, ଅନୁପମା ମୁଦୁଲି ଓ ନମିତା ପାଣିଗ୍ରାହୀ ଶ୍ଳୋକ ପଠନ, ସଭାପତି ଉଦ୍ଦ୍ଯେଶ୍ଯ ଜ୍ଞାପନ, ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ମାନପତ୍ର ପଠନ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ତ୍ରିବେଣୀ ପ୍ରଧାନଶିକ୍ଷକ ସୁଶୀଲ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭିକ ନୃତ୍ଯ ସରକାରୀ ପ୍ରାଥମିକ ବିଦ୍ୟାଳୟ ନକଟିଗୁଡାର ଛାତ୍ରୀଗଣ ପରିଵେଷଣ କରିଥିଲେ। ଅତିଥିମାନେ ଉଦ୍‌ବୋଧନ ମାଧ୍ୟମରେ ଶିକ୍ଷା, ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ସମର୍ପିତ ଭାବ ଓ ସତ୍ କର୍ମ ମଣିଷକୁ ଉଚ୍ଚ ସ୍ତରକୁ ଆଣି ପାରିବ ବୋଲି ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଜୟଶ୍ରୀ ବହିଦାର, ସୁବେଦିତା ପଟ୍ଟନାୟକ, ସୁରଭି ବାଳା ଦେବୀ, ପୁଷ୍ପାଞ୍ଜଳି ରାଉତ, ସୁପ୍ରଭା ପଟ୍ଟନାୟକ, ସରୋଜିନୀ କୁମାର, ସୁଜାତା ନାୟକ, ଭାରତୀ ନାଏକ, ମଙ୍ଗୁଳୁ ପ୍ରଧାନ, ଦୁଷ୍ମନ୍ତ ସାହୁ ସହିତ କ୍ଳଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହଶିକ୍ଷୟିତ୍ରୀଗଣ ବିଶେଷ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.