ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସହର ଏକ ପ୍ରମୁଖ ସହର । ବିନିକା ଅଂଚଳରେ ବିଗତ କିଛି ବର୍ଷ ମଧ୍ୟରେ ବହୁ ଅପରାଧ, ହତ୍ୟା, ଚୋରୀ, ଡ଼କାୟତି ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ପୋଲିସ ପାଖରେ ଚାରି ଚକିଆ ପେଟ୍ରୋଲିଂ ଗାଡି ଏବଂ ଆବଶ୍ୟକ ପୋଲିସ କର୍ମଚାରୀ ଅଭାବ ଅଛି । ଯଦି ଆଉ ଗୋଟିଏ ଚାରିଚକିଆ ବାହନ ଏବଂ ପର୍ଯ୍ୟାପ୍ତ ପୋଲିସ କର୍ମଚାରୀ ଦିଆଗଲେ କିଛି ମାତ୍ରାରେ ପେଟ୍ରୋଲିଂ ପାଇଁ ସୁବିଧା ସହ ଟ୍ରାଫିକ ଓ ଅପରାଧ ନିୟନ୍ତ୍ରଣ କରାଯାଇ ପାରନ୍ତା ବୋଲି ସ୍ବେଛାସେବୀ ଉଲ୍ଲେଖ କରିଛନ୍ତି l ବିନିକା ଏକ ବ୍ୟବସାୟ, ପର୍ଯ୍ୟଟନ ତଥା ରାୟପୁର ବରଗଡ଼ ଠାରୁ ଭୁବନେଶ୍ଵର, ବ୍ରହ୍ମପୁର ଓ ଛତିଶଗଡ଼ରୁ ପୁରୀ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଦୈନନ୍ଦିନ ହଜାର ହଜାର ଗାଡ଼ି ଯାତାୟତ କରୁଥିବାରୁ ସହରର ଟ୍ରାଫିକ୍ ସମସ୍ୟା ଓ ପର୍ଯ୍ୟଟକଙ୍କ ସୁରକ୍ଷା ସମସ୍ୟା ବୃଦ୍ଧି ପାଇଛି । ସହର ରେ କିଛି ଛକରେ ଟ୍ରାଫିକ୍ ପୋଷ୍ଟ ମଧ୍ୟ ନିର୍ମାଣ ହୋଇଛି, ହେଲେ ପରିତାପର ବିଷୟ ଏହିକି ଯେ ଏହି ଟ୍ରାଫିକ୍ ପୋଷ୍ଟ ମାନଙ୍କରେ ଟ୍ରାଫିକ୍ ସମସ୍ୟା ନିୟନ୍ତ୍ରଣ ପାଇଁ କୌଣସି ତାଲିମ ପ୍ରାପ୍ତ ଟ୍ରାଫିକ୍ ପୋଲିସ ନାହାନ୍ତି । ତେଣୁ ଟ୍ରାଫିକ୍ ପୋଲିସ ମୃତୟନ କରାଗଲେ ଦୈନନ୍ଦିନ ଘଟୁଥିବା ଛୋଟ ବଡ଼ ଦୁର୍ଘଟଣା ସବୁ କୁ ରୋକା ଯାଇ ପାରନ୍ତା l ଏବଂ ବିନିକା ସହରରେ ଅନେକ ଗୁଡ଼ିଏ ବିଭିନ୍ନ ବିଭାଗର ସବ-ଡ଼ିଭିଜନାଲ ଅଫିସ ଥିବାରୁ ବିନିକାକୁ ପୋଲିସ ସବ୍-ଡ଼ିଭିଜନାଲ ଅଫିସ ଖୋଲିବାକୁ ଅନୁରୋଧ ରଖିଛନ୍ତି ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପ ଟୁ ଅଦର୍ସ l ଏବଂ ବିନିକା ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ଜରିଆରେ ଏ ଅନୁଷ୍ଠାନ ଜରିଆରେ ପୋଲିସ ଡିଜିଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ଏଥିରେ ସୃଜନ କୁମାର ପଣ୍ଡା, ଧ୍ରୁବ ଚରଣ ଦେବତା, ଶେଷଦେବ ପାଣିଗ୍ରାହୀ, ଜନାର୍ଦନ ଖମାରୀ, ଦେବଦତ୍ତ ପଣ୍ଡା ପ୍ରମୁଖ ସାମିଲ ଥିଲେ।