ଇନଟ୍ୟାକ୍ ସୋନପୁର ଚ୍ୟାପ୍ଟରର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ: ନୂତନ କାର୍ଯ୍ୟ ନିର୍ବାହୀ ସମିତି ଗଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଇନଟ୍ୟାକ୍ ସୋନପୁର ଚ୍ୟାପ୍ଟର ଆବାହକ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଚ୍ୟାପ୍ଟରର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ମହାନଦୀ ସାହିତ୍ୟ ସଂସଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚ୍ୟାପ୍ଟରର କାର୍ଯ୍ୟ ନିର୍ବାହୀ ସମିତି ଗଠନ ହୋଇଥିଲା ।

ସମିତିର ସଦସ୍ୟ ଭାବେ ଚ୍ୟାପ୍ଟର ଆବାହକ ପ୍ରଦ୍ୟୁମ୍ନ କୁମାର ସାହୁ, ସହ-ଆବାହକ ବନମାଳି ପଣ୍ଡାଙ୍କ ସମେତ ଅବସରପ୍ରାପ୍ତ ସିଡ଼ିଏମଓ ଡ଼ାକ୍ତର ରାଜେନ୍ଦ୍ର କୁମାର ମିଶ୍ର, ଅଧ୍ୟାପକ ଡ. ସୌରଭ ରଂଜନ ଖମାରୀ, ଦେବକୀ ନନ୍ଦନ ମିଶ୍ର ଏବଂ ସିଦ୍ଧାର୍ଥ ଅଗ୍ରୱାଲ ମନୋନୀତ ହୋଇଥିଲେ ।

ବିଗତ ଦିନରେ ଚ୍ୟାପ୍ଟର ତରଫରୁ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବା ସହ ଐତିହ୍ୟର ସୁରକ୍ଷା ଦିଗରେ ଚ୍ୟାପ୍ଟର ତାର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା ।

ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରରେ ହେରିଟେଜ କ୍ଲବ ଗଠନ ସହ, ଐତିହ୍ୟ ପଦଯାତ୍ରା, ପ୍ରକୃତି ପଦଯାତ୍ରା, ସୁବର୍ଣ୍ଣପୁର ସହରରେ ସ୍ଥିତ ମନ୍ଦିର ଗୁଡ଼ିକର ପ୍ରସ୍ତାବିତ ଫର୍ମାଟରେ ତାଲିକା ପ୍ରସ୍ତୁତି, ଲୁପ୍ତପ୍ରାୟ ଐତିହ୍ୟର ସୁରକ୍ଷା ଓ ବୃତ୍ତ ପ୍ରସ୍ତୁତି, କର୍ମଶାଳା ଆୟୋଜନ ଆଦି କାର୍ଯ୍ୟକ୍ରମକୁ ନିୟମିତ ବ୍ୟବଧାନରେ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କୁ ଐତିହ୍ୟ ସୁରକ୍ଷା ଦିଗରେ ସାମିଲ କରିବା ପାଇଁ ତାଙ୍କୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଗଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପାଢ଼ୀ, ଐତିହାସିକ ସୁଦାମ ନାଏକ, ବଳଦେବ ପ୍ରଧାନ, ଦେବାଶିଷ ପ୍ରଧାନ, ଡ. ମୀନକେତନ କୁମାର, କୈଳାଶ ଚ଼ାନ୍ଦ୍, ବିଭୂତି ଭୂଷଣ ଓତା, ବାଙ୍କା ବିହାରୀ ପଣ୍ଡା, ଦୁର୍ଯ୍ୟୋଧନ ମେହେର, ସତ୍ୟପ୍ରିୟ ମହଲା, ବିଶ୍ଵଜିତ ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.