ଅଭାବୀ ବର୍ଷା; ବିଳମ୍ବରେ ଆରମ୍ଭ ହୋଇଛି ଋଆ ବେଉଷଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ଗତ ୨୦୨୧ ରେ ସମ୍ପୂର୍ଣ୍ଣ ମରୁଡି ପରିସ୍ଥିତି ସୃଷ୍ଟି ହୋଇପଡିଥିଲା । ଜମି ସବୁରେ ପାଣି ଅଭାବ ହେତୁ ଋଆ ବେଉଷଣ କରି ନପାରି ଜମି ସବୁ ପଡିଆ ପଡିଥିଲା । ହେଲେ ୨୦୨୨ ରେ ଉତ୍ତମ ବର୍ଷା ଯୋଗୁଁ ଚାଷୀ ଭଲ ଚାଷ କରି ଉତ୍ତମ ଅମଳ କରିଥିଲେ ଧାନ । ଅର୍ଥକାରୀ ଫସଲ କପା ଓ ମୁଗ ମଧ୍ୟ ଭଲ ହୋଇଥିଲା । ଚଳିତ ବର୍ଷ ମୌସୁମୀ ଠିକ ସମୟରେ ଆସିଥିଲେ ମଧ୍ୟ ଆବଶ୍ୟକ ବର୍ଷା ହୋଇପାରିନଥିଲା । ଫଳରେ ଚାଷୀମାନେ ଋଆ ବେଉଷଣ କରିପାରି ନଥିଲେ। ବର୍ଷାଋତୁ ଆରମ୍ଭରୁ ଅଭାବୀ ବର୍ଷା ଯୋଗଁ ବିଲ ଗୁଡିକରେ ପାଣି ନାହିଁ । ଫଳରେ ଧାନ ପଲ୍ଲା ବୁଢା ହୋଇଯିବାକୁ ବସିଥିବା ବେଳେ ଚାଷୀ ଋଆ ବେଉଷଣ କରି ନପାରି ମୁଣ୍ଡରେ ହାତ ଦେଇ ବସିଛି । ଜୁନ ମାସରେ ପ୍ରାକ୍ ମୌସୁମିର ପ୍ରବେଶ ଖବର ଜାଣି ଚାଷୀ ଏବର୍ଷ ଭଲ ଫଲସଲ ହେବ ବୋଲି ଆଶା ବାନ୍ଧି ବସିଥିଲେ । ହେଲେ ବର୍ଷା ନିରାଶ କରିଛି । ଅଭାବୀ ବ୍ୟର୍ଷା ଯୋଗୁଁ ଏବେ ଚାଷ କାର୍ଯ୍ୟ ଠପ୍ ହୋଇ ପଡିଛି । ଜୁଲାଇ ମାସ ଶେଷ ସପ୍ତାହରେ ଦୁଇଦୁଇ ଥର ଲଘୁଚାପ ଜନିତ ବର୍ଷା ଫଳରେ ଏବେ ରୁଆ ବେଉଷଣ ଆରମ୍ଭ କରିଛନ୍ତି ଚାଷୀ । ଗତ ୨୦୨୧ ଭଳି ଋଆ ରଖିଥିବା ଜମି ସବୁ ପଡିଆ ପଡିବ ବୋଲି ଚାଷୀ ନିରାଶ ହୋଇ ଭାଙ୍ଗି ପଡ଼ିଥିଲେ ଚାଷୀ । ଲଘୁଚାପ ଜନିତ ବର୍ଷା ଫଳରେ ଚାଷୀ ତତ୍ପରତା ପ୍ରକାଶ କରି ଧାନ ରୋଉଥିବା ଦେଖିବାକୁ ମିଳୁଛି। ଜୁନ ମାସ ପହିଲାରୁ ଜୁଲାଇ ମାସ ଶେଷ ଯାଏଁ ନର୍ଲା ଅଞ୍ଚଳରେ ମାତ୍ର ୮ ମିଲି ମିଟରରୁ ମଧ୍ୟ କମ୍ ବର୍ଷା ହୋଇଥିବା ଜଣାପଡିଛି ଯାହାକି ହୀନରୁ ଅତି ହୀନ ବୃଷ୍ଟି ବୋଲି କୁହାଯାଉଛି । ଜୁନ ମାସ ପହିଲି ବର୍ଷାରେ ଚାଷୀ ଧାନ ତଳି ପକାଇ ଥିଲେ ଏବଂ କପା ରୋଇଥିଲେ । ଏହାପରେ ଦୀର୍ଘଦିନ ଧରି ବର୍ଷା ନହେବା ଓ ଭୀଷଣ ଖରା ହେବା ଫଳରେ କପା ଗଛ ମରିଯିବା ସହ ଧାନ ତଳି ମଧ୍ୟ ନଷ୍ଟ ହୋଇଗଲା । ଜୁଲାଇ ମଧ୍ୟ ଭାଗରେ ଲଘୁଚାପ ଜନିତ ବର୍ଷା ହେବା ଫଳରେ ବହୁତ ବିଳମ୍ବରେ ଆରମ୍ଭ ହୋଇଛି ଚାଷକାର୍ୟ୍ଯ । ପୁଣିଥରେ ଚାଷୀ ତଳି ପକେଇ ରୁଆ ବେଉଷଣ ଆରଂଭ କରିଛି ଚାଷୀ । ଅନ୍ୟପକ୍ଷେ ଏକାଥରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଶ୍ରମିକ ସମସ୍ୟା ଦେଖା ଦେଇଛି ନର୍ଲାରେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.