ସେକ୍ସ ପ୍ରତି କମୁଛି ବିବାହିତ ଯୋଡିଙ୍କ ଆଗ୍ରହ

ପ୍ରେମ ପାଇଁ ମନ ଦରକାର । ଏହା ପରେ ବିବାହ । ଖାଲି ପ୍ରେମକୁ ନେଇ ଆମେ ଏକ ବିବାହିତ ଯୋଡିଙ୍କୁ ସଫଳ ବୋଲି କହିପାରିବା ନାହିଁ । ସୁସ୍ଥ ବୈବାହିତ ଜୀବନରେ ସେକ୍ସ ଜରୁରୀ । ତେବେ ଏକ ଷ୍ଟଡି ଅନୁସାରେ ଏବେକାର ବିବାହିତ ଯୋଡି ଏଥିପ୍ରତି ବିମୁଖ ହେଉଛନ୍ତି । ବିବାହ ବିଚ୍ଛେଦ ଏହାର ପ୍ରମୁଖ କାରଣ ମଧ୍ୟ ସାଜୁଛି । ଏହାର ଅବଶ୍ୟ ଭିନ୍ନ ଭିନ୍ନ କାରଣ ମଧ୍ୟ ରହିଛି । ତେବେ ଏହି ଷ୍ଟଡି ଅନୁସାରେ ଜେନେରେଶନ ଏକ୍ସରେ୨୧.୨ ପ୍ରତିଶତ ଯୋଡି ଏଥିପ୍ରତି ରୁଚି ରଖିଥିବା ବେଳେ ଜେନେରେଶନ ଜେଡରେ ମାତ୍ର ୧୦.୫ ପ୍ରତିଶତ ରହିଛି । ୧୯୬୫ରୁ ୧୯୮୦ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଏକ୍ସ ଓ ୧୯୯୦ରୁ ୨୦୧୦ ମଧ୍ୟରେ ଜନ୍ମିତ ବ୍ୟକ୍ତିଙ୍କୁ ଜେଡ କାଟାଗୋରୀରେ ରଖାଯାଇଛି । ସେମାନଙ୍କ ରିପୋର୍ଟ ଅନୁସାରେ ବର୍ଷକ ମଧ୍ୟରେ ଯଦି ବିବାହିତ ଯୋଡି ୧୦ ଥରରୁ କମ ସମ୍ଭୋଗ କରିଥାନ୍ତି ତେବେ ଏହାକୁ ସେକ୍ସଲେସ ମ୍ୟାରେଜ କୁହାଯାଏ । ପରୋକ୍ଷରେ ଏହା ଏକ ବୁଝାମଣା ବିବାହ ଭାବେ ପରିଗଣିତ ହୋଇଥାଏ । ଆଧୁନିକ ଯୋଡିଙ୍କ ମଧ୍ୟରେ ତାଳମେଳ ନ ରହିବା ଏହାର ପ୍ରମୁଖ କାରଣ । ଜଣେ ଆଗ୍ରହ ପ୍ରକାଶ କରୁଥିବା ବେଳେ ସାଥୀ ଯଦି ବାରମ୍ବାର ଦୂରେଇ ରୁହେ ତାହାହେଲେ ଆଗ୍ରହ କମିବା ସ୍ୱାଭାବିକ ବୋଲି ସେକ୍ସ ଥେରାପିଷ୍ଟ କ୍ରିଷ୍ଟିନା ଲୋଜନା କହିଛନ୍ତି । ବ୍ୟସ୍ତବହୂଳ ଜୀବନ ଏବଂ ପ୍ରଫେଶନାଲ ଲାଇଫକୁ ଅଧିକ ଗୁରୁତ୍ୱ ଦେବା ଉଭୟଙ୍କୁ ଅଲଗା କରିଥାଏ । ପ୍ରେମ ତ ଜରୁରୀ, ତେବେ ସମୟ ଓ ବୁଝାମଣା ନ ରହିଲେ ଏହାର ମାନେ କିଛି ନ ଥାଏ । ମୋବାଇଲ ଓ ଇଂଟରନେଟ ଦୁନିଆରେ ଏହାର ଉଦ୍ଦୀପନା ମଧ୍ୟ କମି ଯାଇଥାଏ । ୩୦ ବର୍ଷ ତଳେ ବିଭିନ୍ନ ପ୍ରକାରର ଅଶାନ୍ତି ସତ୍ୱେ ଏ ଭଳି ପରିସ୍ଥିତି ସୃଷ୍ଟି ହେଉ ନ ଥିଲା ବୋଲି ମନୋରୋଗ ବିଶେଷଜ୍ଞ କିମ୍ବର୍ଲି ଆଣ୍ଡରସନ କହିଛନ୍ତି । ତାଙ୍କ ମତରେ କୃତ୍ରିମ ଦୁନିଆରେ ନକଲି ଉନ୍ମାଦନା ବ୍ୟାପାର ଯୁବ ପିଢ଼ୀର ସମସ୍ତ ଆଗ୍ରହକୁ ଅଳ୍ପ ଦିନରେ ଶେଷ କରି ଦେଉଛି । ଯଦି ଏପରି ଲାଗି ରୁହେ ତାହାହେଲେ ଆଗାମୀ ଦିନରେ ବିବାହ ଶବ୍ଦ ଏକ ପ୍ରହସନ ପାଲଟିଯିବ ବୋଲି ସେ କହିଛନ୍ତି । ରକ୍ଷଣଶୀଳ ଦେଶଗୁଡିକରେ ସମସ୍ୟା ଜଟିଳ ହୋଇ ନ ଥିବା ବେଳେ ପାଶ୍ଚତ୍ୟ ଦେଶଗୁଡିକ ଏଥିରେ ଛନ୍ଦି ହୋଇ ପଡିଲେଣି । ସମୟ ପୂର୍ବରୁ ସୁଧାର ଜରୁରୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.