ଓଡ଼ିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସଦର ବ୍ଲକ ର ଖମ୍ବେଶ୍ୱରୀପାଳି ୫୭ ନମ୍ବର ଜାତୀୟ ରାଜପଥ ଛକ ଠାରୁ ଡୁଙ୍ଗୁରିପାଲି, ସାଗରପାଲି, ମେଦିନିପାଳି, ବାଗଦୁଲି ଏବଂ ବିଶିମୁଣ୍ଡା ଚାରିଛକ ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟ ଲଗେଇବାକୁ ଜନ ସାଧାରଣ ପକ୍ଷରୁ ଦାବି ହେଉଛି। ସୁବର୍ଣ୍ଣପୁର ସଦର ବ୍ଲକ ର ସାଗରପାଲି ଗାଁ ଏକ ବ୍ୟବସାୟୀ ପେଣ୍ଠସ୍ଥଳୀ ଭାବେ ଜଣାଶୁଣା ଓ ମୁଖ୍ୟତଃ ସମ୍ବଲପୁରୀ ଶାଢ଼ୀ ଭାବେ ଏହି ଗାଁଟି ସାରା ଦେଶରେ ପରିଚିତ ଏହି ଗାଁର ସମ୍ବଲପୁରୀ ଶାଢ଼ୀ ଓ ସୋନପୁରିଆ ବାନ୍ଧ ଶାଢ଼ୀ ପାଇଁ ପରିଚିତ । ଏହି ଗାଁର ଅନେକ ବୁଣାକାର ଜାତୀୟ ହସ୍ତତନ୍ତ ବିଭାଗ ପକ୍ଷରୁ ଦିଲ୍ଲୀ ଠାରେ ପୁରସ୍କୃତ ହୋଇଛନ୍ତି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କଠୁ ମଧ୍ୟ ଅନେକ ବୁଣାକାର ପୁରସ୍କୃତ ହୋଇଛନ୍ତି । ସାଗରପାଲି ଗାଁକୁ ଲାଗି କରି ଖମ୍ବେଶ୍ୱରୀପାଳି ଗାଁ, ଡୁଙ୍ଗୁରିପାଲି ଗାଁ, ମେଦିନିପାଲି ଓ ବାଗଦୁଲି ଗାଁ ଗୋଟିଏ ସୀମାରେଖା ମଧ୍ୟରେ ଅଛି ଏହି ଅଞ୍ଚଳରେ କଲେଜ ସ୍କୁଲ, ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ ଖମ୍ବେଶ୍ୱରୀପାଳି ଛକ, ଇଂରାଜୀ ମିଡ଼ିଓମ ସ୍କୁଲ ଓ ବିଭିନ୍ନ କୋଚିଂଗ ସେଣ୍ଟର ଅଛି ରାତିରେ ଶହ ଶହ ଛାତ୍ରଛାତ୍ରୀ ଟିଉସନ ଆସୁଥିବା ବେଳେ ରାତିରେ ରୋଡ଼ ରାସ୍ତା ଅନ୍ଧାର ରହୁଥିବା ବେଳେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ହଉଛି ଯାହା ଫଳରେ ସେମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଏନେଇ ଏହି ଅଞ୍ଚଳର ବୁଦ୍ଧି ଯିବି ଖମ୍ବେଶ୍ୱରୀପାଳି ଜାତୀୟ ରାଜପଥ ଛକ ଠାରୁ ସାଗରପାଲି ଚାରିଛକ, ଶିଶୁମନ୍ଦିର ଛକ ,ଡୁଙ୍ଗୁରିପାଲି ହାଇସ୍କୁଲ ଛକ, ବିଶିମୁଣ୍ଡା ଚାରିଛକ, ମେଦିନିପାଲି ଉଚ୍ଚ ପ୍ରାଥମିକ ଛକ ଓ ବାଗଦୁଲି ମନ୍ଦିର ପର୍ଯ୍ୟନ୍ତ ଷ୍ଟିଟ ଲାଇଟ ଲଗେଇବାକୁ ଅଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି।