ପାକରେ ରାଜନୈତିକ ସମାବେଶ ବେଳେ ବିସ୍ପୋରଣ, ୩୫ ମୃତ ଶତାଧିକ ଆହତ

ଓଡ଼ିଆ ବାର୍ତ୍ତା/ ଇସଲାମାବାଦ: ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରଦେଶରେ ଏକ ରାଜନୈତିକ ଦଳ ବୈଠକ ଚାଲିଥିବା ବେଳେ ବିସ୍ଫୋରଣ ଘଟି ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଅଧିକ ଆହତ ହୋଇଛନ୍ତି ବୋଲି ରବିବାର ‘ଡନ୍’ ଖବରକାଗଜରେ ପ୍ରକାଶ ପାଇଛି। ଜାମିୟତ ଉଲେମା ଇସଲାମ-ଫଜଲ (ଜେୟୁଆଇ-ଏଫ) ଦ୍ୱାରା ଆୟୋଜିତ ଏହି ବୈଠକ ବାଜୌର ଆଦିବାସୀ ଜିଲ୍ଲାର ରାଜଧାନୀ ଖାରରେ ଚାଲିଥିଲା।

Omkar Vasthu
Omkar Vasthu

ପ୍ରାଥମିକ ରିପୋର୍ଟରୁ ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି କୁହାଯାଉଥିଲେ ହେଁ ବିସ୍ଫୋରଣରକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ପରେ ପୁଲିସ ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

ଘଟଣାସ୍ଥଳରେ ଥିବା ଆମ୍ବୁଲାନ୍ସରେ ଆହତମାନଙ୍କୁ ଡାକ୍ତରଖାନାକୁ ନେଉଥିବା ଦେଖିବାକୁ ମିଳିଛି। ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

Udyog Nursery
Udyogi Nursery

ଏହି ବିସ୍ଫୋରଣରେ ଖାରସ୍ଥିତ ଜେୟୁଆଇ-ଏଫର ଜଣେ ପ୍ରମୁଖ ନେତା ମୌଲାନା ଜିଆଉଲ୍ଲା ଜାନଙ୍କର ମଧ୍ୟ ମୃତ୍ୟୁ ଘଟିଛି ବୋଲି ବାଜୌର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସାଦ୍ ଖାନ୍ ପାକିସ୍ତାନର ଖବରକାଗଜ ‘ଡନ୍’କୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆହତମାନଙ୍କୁ ପେଶାଓ୍ୱାର ଓ ଟିମେରଗେରା ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି।

ଜେୟୁଆଇ-ଏଫର ମୁଖ୍ୟ ମୌଲାନା ଫଜଲୁର ରେହମାନ ଏହି ଘଟଣାର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଜମ ଖାନଙ୍କ ନିକଟରେ ଦାବି କରିଛନ୍ତି। ଏଥିସହିତ ଦଳୀୟ କର୍ମୀମାନେ ଡାକ୍ତରଖାନାରେ ପହଞ୍ଚି ରକ୍ତଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

“ଜେୟୁଆଇର କର୍ମୀମାନେ ଶାନ୍ତିରେ ରହିବା ଉଚିତ ଏବଂ ସଙ୍ଘୀୟ ଓ ପ୍ରାଦେଶିକ ସରକାରମାନେ ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ଉଚିତ” ବୋଲି ଫଜଲ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜମ୍ ଖାନ୍ ଏହି ବିସ୍ଫୋରଣକୁ ନିନ୍ଦା କରିବା ସହ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.