ଲଗାଣ ବର୍ଷା: ଭବାନୀପାଟଣା ସହର ଜଳାର୍ଣ୍ଣବ 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଆଜି ସୋମବାର ସକାଳ ଠାରୁ ଲଗାଣ ବର୍ଷା ହେବା ଫଳରେ ଭବାନୀପାଟଣା ସହର ଜଳାର୍ଣ୍ଣବ ହୋଇଯାଇଛି। ଅନେକ ସ୍ଥାନରେ ପାଣି ଭର୍ତ୍ତି ହୋଇ ଯାଇଥିବା ଯୋଗୁଁ ଜନଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଛି। ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହେବା ଫଳରେ କେତେକ ସ୍ଥାନରେ ଜାତାୟତ ବାଧାପ୍ରାପ୍ତ ହେଉଛି। ସହରର ବଜାର ପଡା ପାଣିରେ ଭର୍ତ୍ତି ହୋଇଥିବାବେଳେ, ସହର ସ୍ଥିତ  ସୂଚନା କେନ୍ଦ୍ର ପାଠାଗାର ଭିତରକୁ ପାଣି ପସି ଯାଇଛି। ଉବାନୀପାଟଣା ପୌରପାଳିକା ତରଫରୁ ମୋଟର ଯୋଗେ ବାହାରକୁ ପାଣି ନିସ୍କାସନ କରା ଯାଉଅଛି। ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.