୩୭ଜଣ ଭିନ୍ନକ୍ଷମ, ବୃଦ୍ଧବୃଦ୍ଧା ଓ ବିଧବାଙ୍କୁ ଭତ୍ତା ବାଣ୍ଟିଲେ ନଗରପାଳ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୩୭ଜଣ ଭିନ୍ନକ୍ଷମ, ବୃଦ୍ଧବୃଦ୍ଧା ଓ ବିଧବାଙ୍କୁ ନଗରପାଳ ଇଂ ନିରଞ୍ଜନ ବେହେରା ଭତ୍ତା ବାଣ୍ଟି ଥିବା ଜଣାପଡିଛି। ଦୀର୍ଘ ଦିନ ହେଲା ଭତ୍ତା ପାଇଁ ଅପେକ୍ଷା କରିଥିବା ୪ ଜଣ ଭିନ୍ନକ୍ଷମ, ୧୦ ଜଣ ବିଧବା ଓ ୨୩ ଜଣ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସତ୍ୟନାରାୟଣ ପଣ୍ଡା, ରାଜେଶ ପାତ୍ର, ମନୋଜ କୁମାର ଘଡେ଼ଇଙ୍କ ସମେତ କାଉନସିଲର କାଳିଆ ପ୍ରଧାନ ଓ ନାରାୟଣ ବାରିକ ତଥା ଏନଏସିର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.