ବର୍ଷାରେ ବେହାଲ ସୁବର୍ଣ୍ଣପୁର ଜିଲ୍ଲା

ସୋନପୁର ସହର ସାରା କୁତ୍ରିମ ବନ୍ୟା ପରିସ୍ଥତି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଚତୁଃପାର୍ଶ୍ଵ ନଦୀ ପରିବେଷ୍ଟିତ ସୁବର୍ଣ୍ଣପୁରରେ ଆଜି କୁତ୍ରିମ ବନ୍ୟାରେ ସାରା ସହର ଉବୁଟୁବୁ ଅବସ୍ଥାରେ ରହିଛି। ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଓ ତେଲନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଜିଲ୍ଲାର ସମସ୍ତ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବୀରମହାରାଜପୁର ବ୍ଲକ୍, ବିନିକା ବ୍ଲକ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ବୀରମହାରାଜପୁର ବ୍ଲକର ଘୁଙ୍ଗିନାଲ ଉପରେ, ହରିହର ଯୋରର ପାଣି ଆସି ବୀରମହାରାଜପୁର – ମୂର୍ଶୁଣ୍ଡି ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ବୀରମହାରାଜପୁର ରୁ ରେଢାଖୋଲ ରାସ୍ତା ବାଉରି ଯୋରରେ ପାଣି ଚାଲୁଥିବାରୁ ଯାତାୟାତ ଠପ୍ ହୋଇଯାଇଛି l ସେପଟେ ବିନିକା ଏନ.ଏ.ସି ୱାର୍ଡ ନମ୍ବର ୧୦ ରେ ପାଣି ପଶି କୈରାପାଲୀ ଗ୍ରାମବାସି ବିଶେଷ ଭାବରେ ପ୍ରଭାବିତ ହେବା ସହ ବିଭିନ୍ନ ରାସ୍ତାରେ ପାଣି ଚାଲୁଥିବାରୁ ଯୋଗାଯୋଗ ମାନ ବିଚ୍ଛିନ୍ନ ହୋଇଥିବା ଜଣାପଡିଛି। ସୁବର୍ଣ୍ଣପୁର ସହରରେ ପୌର ପ୍ରଶାସନର ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନ ଥିବାରୁ ସହରର ଆମ୍ବେଦକର ଛକରୁ ବ୍ଲକ୍ ଛକ ଯିବା ମୁଖ୍ୟ ରାସ୍ତା ଉପରେ ପାଣି ଲହଡ଼ି ମାରୁଛି । ୱାର୍ଡ ନମ୍ବର ୧ ସ୍ଥିତ ପ୍ରେସ କଲୋନୀ, ୨ ନଂ ୱାର୍ଡ ର ଗୋକର୍ଣେଶ୍ୱର୍ ପଡା, ମହାବୀର କଲୋନି, ମାଣିକେଶ୍ବରୀ ପ୍ଲଟ ଯିବା ରାସ୍ତାରେ ପାଣି ସହ ସହରର ତଳି ଅଞ୍ଚଳ କୁହା ଯାଉଥିବା କୁମ୍ଭାର ପଡା ରେ କେତେକ ମାଟି ଘର ଭାଙ୍ଗି ଗଲାଣି । ଗୋଟିଏ ପଟରେ ବଢୁଥିବା ମହାନଦୀ ଓ ତେଲାନଦୀର ବିକଟାଳ ରୁପ ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସହର ତଳି ଅଞ୍ଚଳରେ ବର୍ଷା ପାଣି ଅନେକ ଘର ଭିତରକୁ ପଶିଆସିଛି। ସହରର ଡ଼୍ରେନେଜ ବ୍ୟବସ୍ଥାକୁ ସୁଧାରିବା ନିମନ୍ତେ ଯଥେଷ୍ଟ ପୂର୍ବରୁ ସ୍ଥାନୀୟ ପୌରପ୍ରଶାସନକୁ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ସୂଚନା ଦେଇଥିଲେ ହେଁ ପୌର କର୍ତ୍ତୃପକ୍ଷଙ୍କ ଖାମଖିଆଲି ଆଚରଣକୁ ହିଁ ଆଜିର ଏହି ପରିସ୍ଥିତି ପାଇଁ ମୁଖ୍ୟତଃ ଦାୟୀ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ସେପଟେ ପୁରୁଣା ଡ୍ରେନ ପୋତି ହୋଇ ଥିବାରୁ ବର୍ତ୍ତମାନ ପାଣି ଯାଉନାହିଁ କି ନୂତନ ଡ୍ରେନ ସୁବିଧା ନକରି ପୌର ପ୍ରଶାସନ ନିଦା ବିଷ୍ଣୁ ସାଜିଥିବା ଶ୍ରମିକ ନେତା ଗୋବିନ୍ଦ ମହାରଣା ଅଭିଯୋଗ କରିବା ସହ ପୌର ପ୍ରଶାସନକୁ ସମ୍ପୂର୍ଣ୍ଣ ଭାବରେ ଦାୟୀ କରିଛନ୍ତି । ଅସଜଡ଼ା ପୌର ଅଞ୍ଚଳର ଡ୍ରେନଜ୍ ସିଷ୍ଟମକୁ ଶୀଘ୍ର ସଜାଡିବାକୁ ଜ଼ିଲ୍ଲା ପ୍ରଶାସନକୁ ଲୋକେ ଦାବି କରିଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.