ଓପିଏସସି ପାଇଲେ ଶୈଳସୂତା ଦାସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ସଂପ୍ରତି ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୭୭ ରାଙ୍କ ରଖି କୃତ କାର୍ଯ୍ୟ ହେଇଛନ୍ତି ଶୈଳସୂତା ଦାସ। ପିତା ଅନୀଲ କୁମାର ଦାସ ଓ ମାତା ସବିତା ଦାସଙ୍କ ଝିଅ ଶୈଳସୂତା ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୨୦୧୦ ମସିହାରେ ସପ୍ତମ ଶ୍ରେଣୀ ପାସ କରିବା ପରେ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୧୩ ମସିହାରେ ମାଟ୍ରିକ ପାସ କରିଥିଲେ। ପରେ ଗାୟତ୍ରୀ କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ କୃତ କାର୍ଯ୍ୟ ହେବା ପରେ ଭୁବନେଶ୍ୱରରେ ରହି ଓପିଏସସି ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ତାଙ୍କର ଏହି ସଫଳତାର ଶ୍ରେୟ ନିଜ ବାପା, ମା, ଗୁରୁଜୀ, ଗୁରୁମା,ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଓଏଏସ ଚନ୍ଦ୍ରମଣି ନାଗଙ୍କୁ ଦେଇ ଛନ୍ତି। ଭବିଷ୍ୟତରେ ନାରୀ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବା ସହିତ ୟୁପିଏସସି ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଏହି ଖବର ପ୍ରଚାର ହେବା ପରେ ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ, ସହପାଠୀ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.