ଲଗାଣ ବର୍ଷାରେ ଭୁଷୁଡିଲା ଘର; ବିମଳା ଗ୍ରାମର ଲଛମନ ନାଏକଙ୍କ ପରିବାର ବେଘର 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବିମଳା ଗ୍ରାମର ଲଛମନ ନାଏକଙ୍କ ଗୃହ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଯାଇଛି। ଏହି ଘର ଭିତରେ ଛଅଜଣ ଆଶ୍ରୟ ନେଇଥିବା ବେଳେ ହଠାତ୍ ଭାଙ୍ଗି ଯାଇଥିଲା। ପରିବାରବର୍ଗ ଘର ଭିତରେ ଚାପି ହୋଇ ରହିଥିବା ବେଳେ ଗ୍ରାମବାସୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଥିବାରୁ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା, ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୁଚନା ମିଳିଛି। ଗୁରୁତର ଦୁଇ ଜଣ ହେଲେ ତୁଷାର ନାଏକ (୧୦ ବର୍ଷ) ଏବଂ ମଞ୍ଜରୀ ନାଏକ (୧୦ ବର୍ଷ)। ଉଛଳା ରାଜସ୍ୱ ନିରୀକ୍ଷକ ତପନ ନାଏକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଜୟପାଟଣା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.