ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ପତଞ୍ଜଳୀ ୟୁବ ଭାରତ ତରଫରୁ ଆୟୁର୍ବେଦ ଶିରୋମଣି ତଥା ପତଞ୍ଜଳୀର ପ୍ରମୁଖ ଆଚାର୍ଯ୍ୟ ବାଳକୃଷ୍ଣ ଙ୍କ ଜନ୍ମ ଦିନକୁ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଜଡିବୁଟି ଦିବସ ଭାବେ ପାଳନ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରେନ୍ଦ୍ର କୁମାର ନାଏକ ଓ ସମ୍ମାନିତ ଅତିଥି ଭାବେ ସୋନପୁର ମହାବିଦ୍ୟାଳୟର ଏନସିସିର ମୁଖ୍ୟ ଲେଫ୍ଟେନେଣ୍ଟ ଆଶିଷ ଅଗ୍ରୱାଲ ଉପସ୍ଥିତ ରହି ଜଡିବୁଟି ଦିବସର ଉଦ୍ଦେଶ୍ୟ ଓ ଆୟୁର୍ବେଦର ବ୍ୟବହାର ରେ ମଣିଷ ଅତି ଦୁର୍ଲଭ ରୋଗରୁ ମଧ୍ୟ ବଞ୍ଚି ପାରିବ ବୋଲି କହିଥିଲେ। ସେହିପରି ପ୍ରତି ପରିବାରର ଲୋକେ ନିଜ ଘର ଅଗଣାରେ ତୁଳସୀ, ନିମ୍ବ, ଗିଲୋଇ ରୋପଣ କରି ବ୍ଯବହାର କରିବା ଉଚିତ ବୋଲି ପତଞ୍ଜଳୀର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ପଣ୍ଡା କହିଥିଲେ। ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅଫିସରେ ଅମଲା, ନିମ୍ବ, ପିଜୁଳି, ବେଲ ଗୀଲୋଇ, ଜାମୁ ଗଛ ରୋପଣ କରାଯାଇଥିଲା । ପତଞ୍ଜଳୀ ପରିବାରର ଯୋଗ ପ୍ରଶିକ୍ଷକ ନିମେଇ ମହାକୁର, ଗୁଣନିଧି ଥନାପତି ଓ ସୂର୍ୟ ସାହୁ, ଜୟଦେବ ପାଢ଼ୀ, ଆକାଶ ଠେଲା, ଲୋକନାଥ ନାଏକ, ଆକାଶ ଭୋଇନା, ସିପୁନ ବିଶ୍ବାଳ, ସୂମି ନାଏକ, ରୂପାଲି ବାଗ ଓ ଅନ୍ୟାନ୍ୟ ଏନସିସି ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ଆଗାମୀ ଦିନରେ ପ୍ରତି ଘରେ ଜଡ଼ି ବୁଟିର ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବ ବୋଲି ପତାଞ୍ଜଲୀ ପରିବାର ପକ୍ଷରୁ କୁହାଯାଇଛି।