ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ୯ ଗୋଟି ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦିନକୁ ଦିନ ପ୍ରାଥମିକ ଶିକ୍ଷା ଦୟନୀୟ ହେବାରେ ଲାଗିଛି। କେଉଁଠି ଶିକ୍ଷକ ଅଭାବ ତ’ ଆଉ କେଉଁଠି ଶ୍ରେଣୀଗୃହ, ପୁଣି କେଉଁଠି ଛାତ୍ର ଅଭାବ ଯୋଗୁଁ ବନ୍ଦ ହେଉଛି ବିଦ୍ୟାଳୟ। କିନ୍ତୁ ଶ୍ରେଣୀ କୋଠରୀ କିମ୍ବା ଶିକ୍ଷକ ଅଭାବ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରାଥମିକ ଶିକ୍ଷାର ଚିତ୍ର।ବ୍ଲକ ରେ ସମୁଦାୟ ୧୪୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୯ଗୋଟି ବିଦ୍ୟାଳୟ କେବଳ ଜଣେ ମାତ୍ର ଶିକ୍ଷକ ରହିଛନ୍ତି। କୋକସରା ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଡ଼ୁମେରବାହାଲ ବିଦ୍ୟାଳୟରେ ୩୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେହିପରି ତେନ୍ତୁଳିପଦର ୩୩, ସାରଙ୍ଗପଡା ୩୪, କୁମୁଡାମୁଣ୍ଡା ୪୦, ବଡ଼ପଡା ଚିଲିଗୁଡା ୪୪, ମହୁଲମୁଣ୍ଡା ୫୯,ଫୁପଗାଁ ସିର୍ଲିଗୁଡା ୪୦, ଗତାବନ୍ଧ ୫୬, କାଶୀବାହାଲ ପୁଝାରୀପଡା ୨୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥୁବା ବେଲେ ଜଣେ ମାତ୍ର ଶିକ୍ଷକ ନିୟୋଜିତ ଅଛନ୍ତି । ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ରକୁ ଅଭିଭାବକ ଓ ବୁଦ୍ଧୀଯିବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ମଣିଷ ଗଠନରେ ଶିକ୍ଷା ଏକ ଅପରିହାର୍ଯ୍ୟ କ୍ଷେତ୍ର ଥିବା ବେଳେ ଶିକ୍ଷା ର ପ୍ରାଥମିକ ସ୍ତରରେ ଯଦି ମୂଲଦୁଆ ଠିକ୍ ନଥିବ ତାହେଲେ ଭବିଷ୍ୟତ ଗଠନରେ କିଭଳି ସମସ୍ୟା ଉପୁଜୁନଥିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭିନ୍ନ ସମୟରେ ଅବିଭାବକ ମାନେ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ କୁ ନେଇ ବିଭାଗୀୟ ଅଧିକାରୀ ଙ୍କୁ ଦାବୀ ଜଣାଇ ଆସୁଥିଲେ ମଧ୍ୟ ସମସ୍ୟା ସମାଧାନ ହେଇ ପାରୁନି ଯାହା ଫଳରେ ଅବିଭାବକ ମାନେ କ୍ଷୁବ୍ଦ ପ୍ରକାଶ କରିଛନ୍ତି । ଏନେଇ ବ୍ଲକ ଶିକ୍ଷାଧିକାରିଣୀ ରଶ୍ମିତା ନେତାମ ଖାଲି ଥିବା ବିଦ୍ୟାଳୟ ମାନଙ୍କରେ ଶୀଘ୍ର ଶିକ୍ଷକ ନିଯୁକ୍ତ କରିବାପାଇଁ ଆମେ ପ୍ରସ୍ତାବ ଦେଇଛୁ ଆଗକୁ ସବୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.