ବେବି ଫ୍ରେଣ୍ଡଲି ହସ୍ପିଟାଲ ଭାବରେ ସୋନପୁର ମୁଖ୍ୟ ଚିକିତ୍ସାଳୟ ଏକ ନମ୍ବର ସ୍ଥାନରେ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ କୁ ବେବି ଫ୍ରେଣ୍ଡଲି ହସପିଟାଲ ଭାବରେ ସମ୍ବର୍ଦ୍ଧିତ କରାଯାଇଛି l ଗତ ୧ ତାରିଖ ଭୁବନେଶ୍ୱର ଠାରେ ଆୟୋଜିତ ବିଶ୍ୱ ସ୍ଥନ୍ୟପାନ ସପ୍ତାହ ପାଳନ ଅବସରରେ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଙ୍କ ଠାରୁ ଡା. ଦୁର୍ଗାଦତ୍ତ ଦାଶ ଏଡିଏମଓ ମେଡିକାଲ ମାନପତ୍ର ସହ ଟ୍ରଫି ଏବଂ ଦଶ ହଜାର ଟଙ୍କା ଚେକ ଗ୍ରହଣ କରିଛନ୍ତି l ଶିଶୁ ଜନ୍ମ ପରେ ଛଅ ମାସ ଯାଏ ମା କ୍ଷୀର ଖାଇବା ଓ ଛଅ ମାସ ରୁ ଦୁଇ ବର୍ଷ ଯାଏ ମା କ୍ଷୀର ସହ ଘରେ ପ୍ରସ୍ତୁତ ଖାଦ୍ୟ ଖୁଆଇବା କ୍ଷେତ୍ରରେ ସଚେତନତା ଓ ପରାମର୍ଶ ସେବା ପ୍ରଦାନ କ୍ଷେତ୍ରରେ ସୋନପୁର ମେଡିକାଲ ପାରଦର୍ଶିତା ଦେଖାଇଥିବାରୁ ଓଡିଶା ରେ ପ୍ରଥମ ସ୍ଥାନରେ ଏ ବେବି ଫ୍ରେଣ୍ଡଲି ସମ୍ବର୍ଦ୍ଧନା ପାଇଥିବା ଜଣାଯାଇଛି l ସୂଚନା ଦିଆ ଯାଇଛି କି ଏହାର କିଛି ଦିନପୂର୍ବରୁ ସନ୍ତାନ ଜନ୍ମ ର ବ୍ୟବଧାନ ପାଇଁ ପିପିଆୟୁସିଡ଼ି ପ୍ରଦାନ କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ପାଇଁ ଓଡିଶା ରେ ୨ୟ ସ୍ଥାନ ଅଧିକାର କରି ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ଠାରୁ ଡା. ଦୈତ୍ୟ ନାରାୟଣ ପାଢ଼ୀ ଏଡ଼ିଏମଓ ପରିବାର କଲ୍ୟାଣ ସୋନପୁର ଆମ ଜିଲ୍ଲା ତରଫରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରି ସାରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.