ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ସମସ୍ତ ବର୍ଗର ଶିକ୍ଷକଙ୍କୁ ନେଇ ଏକ ଶୁକ୍ରବାର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଏୟୁପିଟିଏଫ୍ ଶିକ୍ଷକ ସଙ୍ଘର ବ୍ଳକ ସଭାପତି ଭୁରୀଶ୍ରବା ଜାଲଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ବର୍ଗର ଶିକ୍ଷକମାନେ ଯୋଗଦେଇ ଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ୩ଦଫା ଦାବିପତ୍ର ପ୍ରଦାନ କରିବା ପାଇଁ ଆସନ୍ତା ୫ ତାରିଖ ପୂର୍ବାହ୍ନ ସମୟରେ ସମସ୍ତ ବର୍ଗର ଶିକ୍ଷକଙ୍କୁ ନେଇ କୋକସରା କଲେଜ ଛକ ନିକଟରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବାହାରିବା ପାଇଁ ସ୍ଥିର କରାଯାଇଛି। ଏବଂ କିପରି ଭାବେ ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ବ୍ଲକ ସ୍ତରରେ ଆନ୍ଦୋଳନ ସଫଳ କରାଯିବ, ତାହାର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଆଗାମୀ ଶୋଭାଯାତ୍ରା ତଥା ଆନ୍ଦୋଳନର ପରିଚାଳନା ପାଇଁ ବ୍ଲକ ସ୍ତରୀୟ ସଂଚଳନ କମିଟି, ଅର୍ଥ କମିଟି, ମିଡ଼ିଆ ମେନେଜମେଣ୍ଟ କମିଟି ଏହିପରି ତିନୋଟି କମିଟି ଗଠନ କରାଯାଇଛି। ଏହି ୩ଟି କମିଟିରେ ସମସ୍ତ ବର୍ଗର ୬ ରୁ ୭ଜଣ ଲେଖାଏଁ କର୍ମକର୍ତ୍ତା ଚୟନ କରାଯାଇଥିବା ସୂଚନା ମିଳିଛି।