ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସରିଆଁ ସ୍ଥିତ ଭାରତୀୟ ଶିଶୁ ମନ୍ଦିର ପରିସରରେ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜନ୍ମ ଦିନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିସରରେ ନିମ୍ବ, ଚାକୁଣ୍ଡା ଗିଲୋଇ, ଅଁଳା, ସାଗୁଆନ ଆଦି ବୃକ୍ଷ ରୋପଣ କରାଯାଇଥିଲା। ପତଞ୍ଜଳି ଯୁବା ଭାରତ ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ଶିଶୁ ମନ୍ଦିର ସରିଆଁର ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ଭୋଇ , ସହକାରୀ ଶିକ୍ଷକ ଚୈତନ୍ୟ ପଧାନ, ଅଲେଖ ବାଗ, ନିରୂପମା ସାହୁ , ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିବା ବେଳେ ପତଞ୍ଜଳି ଯୁବା ଭାରତର ସଦସ୍ୟ ଶୁକଦେବ ସାହୁ, ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ଭୋଇ, ମୁଖ୍ୟ ସଦସ୍ୟ ପ୍ରତ୍ୟୁଷ କୁମାର ଭୋଇ, ମୋହିତ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।