ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ତିନି ଦଫା ଦାବି ପ୍ରଦାନ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ତିନି ଦଫା ଦାବି ପ୍ରଦାନ କରାଯାଇଥିଲା। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମ ସଂଘ ର ସଭାପତି ବିଜୟ କୁମାର ଯୋଶୀ, ସମ୍ପାଦକ ଲଲିତ କୁମାର ନାଏକଙ୍କ ନେତୃତ୍ବରେ ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ ଜୟପାଟଣା ରାଜ ଦରବାରରୁ ଶାନ୍ତିପୂର୍ଣ୍ଣ ଭାବରେ ଶୋଭାଯାତ୍ରାରେ ବାହାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମୁଖ୍ୟତଃ ଚାରି ଦଫା ଦାବି ମଧ୍ୟରେ କନିଷ୍ଠ ଶିକ୍ଷକଙ୍କ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ, ଶିକ୍ଷା ସହାୟକ ମାନଙ୍କର ଛଅ ବର୍ଷ ମୂଳ ଚାକିରି ରେ ଗଣନା ସହ ଛଅ ଟି ନେସନାଲ ଇନକ୍ରିମେଣ୍ଟ ପ୍ରଦାନ,ଏକ୍ସ କ୍ୟାଡର ଶିକ୍ଷକ ଙ୍କୁ ଉଛେଦ କରି କ୍ୟାଡ଼ର ଭୁକ୍ତ କରିବା କଳା ଓ କ୍ରିଡ଼ା ଶିକ୍ଷକ ମାନଙ୍କୁ ନିୟମିତ କରିବା ଦ୍ବିତୀୟ ଦାବି ଭାବରେ ଅବିକଳ କେନ୍ଦ୍ରୀୟ ହାର ସହ ଲେବେଲ ନଅ ଅନୁସାରେ ଦରମା ପ୍ରଦାନ କରିବା, ତୃତୀୟ ଦାବି ଭାବରେ ପୁରୁଣା ପେନସନ ପୁନଃ ପ୍ରଦାନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ସଭାପତି ସୁରେନ୍ଦ୍ର ମୋହନ ଯୋଶୀ, ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ ସଭାପତି ଅଭିଷେକ ପଣ୍ଡା, ଉପସଭାପତି ସଞ୍ଜୟ ପଣ୍ଡା, ରଶ୍ମୀତା ବେହେରା କୋଷାଧ୍ୟକ୍ଷ ରମାକାନ୍ତ ମାଝୀ, ଦେବେନ୍ଦ୍ର ରାଉତ, ନବ କିଶୋର ନାଏକ, ଅନନ୍ତ ନାରାୟଣ ପଣ୍ଡା, ତାପସ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଦିବାକର ପଟ୍ଟନାୟକ ପ୍ରମୋଦ ଠାକୁର, ଗୁଣନିଧି ସିଂହ,ସିଦ୍ଧାର୍ଥ ମିଶ୍ର ପ୍ରଫୁଲ୍ଲ ବେହେରା, ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରାକୁ ସଫଳ କରିଥିଲେ। ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି ଯେ ଆସନ୍ତା ୧୫ ତାରିଖ ସୁଦ୍ଧା ରାଜ୍ୟ ସରକାର ନିଷ୍ପତ୍ତି ନ ନିଅନ୍ତି ତେବେ ଅଗଷ୍ଟ ୧୬ ତାରିଖ ରୁ ବିଦ୍ୟାଳୟକୁ ତାଳା ବନ୍ଦ ସହ ରାଜ୍ୟ ସଂଘ ସମ୍ପୂର୍ଣ୍ଣ ସହଯୋଗ କରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.