ମାନବିକତାର ନିଦର୍ଶନ ଦେଖାଇଲେ ନର୍ଲା ବ୍ଲକ ଅଧ୍ୟକ୍ଷା; ଯୁଦ୍ଧକାଳୀନ ଭିତ୍ତିରେ ମରାମତି ହେବ ପଲମ ଛାତ୍ରୀ ନିବାସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପଲମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରହିଥିବା ଛାତ୍ରୀ ନିବାସ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଗଲାଣି ଚାଲି ଆସୁଥିବା ବେଳେ ଏଥିରେ ରହିଛି ଅନେକ ସମସ୍ୟା । ଗତ ସୋମବାରରୁ ଲଘୁଚାପ ଜନିତ ଲଗାଣ ବର୍ଷା ହେବାରୁ ପଲମ ଛାତ୍ରୀ ନିବାସ ଛାତରୁ ପାଣି ଗଳିବା, ବିଦ୍ୟୁତ ନଥିବା ଏବଂ ସେଡ ନଥିବା ଖବର ପାଇ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଓ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ତୁରନ୍ତ ସେଠାରେ ପହଞ୍ଚିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପ୍ର ବଗର୍ତ୍ତି ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ବିଦ୍ୟାଳୟର ସମସ୍ୟା ବୁଲି ବୁଲି ଦେଖାଇଥିଲେ । ପଲମ ସରପଞ୍ଚ ହେମକିଶୋର ନାଗ, ସହକାରୀ ଶିକ୍ଷକ ରାଜେଶ ସାହୁ, ମେଟ୍ରନ ସ୍ୱେତା ବେହେରା ପ୍ରମୁଖ ସାଥିରେ ଉପସ୍ଥିତ ରହି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ଓ ହଷ୍ଟେଲ ଛାତରୁ ବର୍ଷାଦିନେ ପାଣି ଗଳୁଥିବା ବେଳେ ବାରମ୍ବାର ବିଜୁଳି କାଟ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ବିଦ୍ୟାଳୟରେ ୨୦୪ ଜଣ ଛାତ୍ରଛାତ୍ରୀ ଅଧ୍ୟାୟନରତ ଥିବା ବେଳେ ଛାତ୍ରୀ ନିବାସରେ ୧୦୦ ଜଣ ଛାତ୍ରୀ ରହୁଥିବା ଜଣାପଡିଛି । ବିଦ୍ୟାଳୟର ଏସବୁ ସମସ୍ୟା ଦେଖି ନର୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ପାଣି ଗଳୁଥିବା ହଷ୍ଟେଲ ଛାତ ଓ ଛାତ୍ରୀ ନିବାସର ଛାତକୁ ଗୋଟିଏ ସପ୍ତାହ ମଧ୍ୟରେ ଗ୍ରେଡିଂ କରାଯିବା ସହ ବ୍ଲକ ପାଣ୍ଠିରୁ ସେଡ ନିର୍ମାଣର ପ୍ରତିଶୃତି ଦେଇଥିଲେ । ଏହାସହ ବିଜୁଳି କାଟ ହେଲେ ମଧ୍ୟ ଛାତ୍ରୀ ମାନଙ୍କ ପାଠ ପଢିବା ପାଇଁ ଦୁଇଦିନ ମଧ୍ୟରେ ଇନଭଟର ଲଗେଇବା ପାଇଁ ବ୍ୟବସ୍ଥା କରିଥିଲେ । ବିଦ୍ୟାଳୟ ପରିସରକୁ ସୌନ୍ଦର୍ଯ୍ୟକରଣ ପାଇଁ ଫେବର ବ୍ଲକ ଲଗାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଦୀର୍ଘ ବର୍ଷଧରି ପଲମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବହେଳିତ ହୋଇ ପଡିରହିଥିଲେ ମଧ୍ୟ ପ୍ରଶାସନ କିମ୍ବା କୌଣସୀ ନେତା ମନ୍ତ୍ରୀଙ୍କ ନଜର ପଡୁନଥିଲା । ନର୍ଲା ବ୍ଲକ ଅଧ୍ୟକ୍ଷା ଏହି ବିଦ୍ୟାଳୟର ଦୟନୀୟ ସ୍ଥିତି ବିଷୟରେ ଶୁଣି ତୁରନ୍ତ ଆସି ସମସ୍ୟା ଗୁଡିକର ଆଶୁ ସମାଧାନ ପାଇଁ ପଦକ୍ଷେପ ନେଇଥିବାରୁ ତାଙ୍କ ନିକଟରେ ଆମେ କୃତଜ୍ଞ ବୋଲି ମତବ୍ୟକ୍ତ କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ପଲମ ସରପଞ୍ଚ ଶ୍ରୀ ନାଗ । ହଷ୍ଟେଲ ଛାତ୍ରଛାତ୍ରୀ ମାନେ ଏଥିପାଇଁ ଖୁସି ବ୍ୟକ୍ତ କରିଥିବା ବେଳେ ଅଭିଭାବକ ମହଲରୁ ନର୍ଲା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ବିପୁଳ ଜନ ସମର୍ଥନ ଓ ଜନପ୍ରିୟତା ପାଇଁ ଦ୍ୱିତୀୟ ଥର ବ୍ଲକ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଛନ୍ତି । ଜଣେ ସ୍ନେହି, ମମତାମୟୀ, ମିଷ୍ଟଭାଷୀ ଓ ଦରଦୀ ହୃଦୟର ମହିଳା ଭାବରେ ନର୍ଲା ଅଞ୍ଚଳରେ ସେ ବେଶ ସୁଖ୍ୟାତି ଲାଭ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଲୋକଙ୍କ ସେବା କରିଚାଲିଛି । ମୋର ନର୍ଲା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଲୋକେ ସମସ୍ତେ ଖୁସିରେ ରହନ୍ତୁ । ଛାତ୍ରଛାତ୍ରୀମାନେ ଉତ୍ତମ ପାଠ ପଢନ୍ତୁ ଏହାହିଁ ମୋର କାମନା ବୋଲି ତାଙ୍କ ମତାମତରେ ସେ କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.