ଆଇସିସିର ମୁଣ୍ଡ ବ୍ୟଥାର କାରଣ ସାଜିଛି ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ

ଓଡ଼ିଆ ବାର୍ତ୍ତା/ କୋଲକାତା: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀ ଆଇସିସି ଓ ବିସିସିଆଇର ମୁଣ୍ଡ ବ୍ୟଥାର କାରଣ ସାଜିଛି । ନବରାତ୍ରୀ ନେଇ ଅହମ୍ମଦାବାଦରେ ହେବାକୁ ଥିବା ଭାରତ-ପାକିସ୍ତାନ ହାଇ ଭୋଲଟେଜ ମ୍ୟାଚର କାର୍ଯ୍ୟସୂଚୀ ପରିବର୍ତନ ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ଅକ୍ଟୋବର ୧୫ ବଦଳରେ ଏହି ମ୍ୟାଚ ୧୪ରେ ଖେଳାଯିବ । ଏବେ ଇଡେନଗାର୍ଡେନରେ ୧୨ ନଭେମ୍ବରରେ ହେବାକୁ ଥିବା ପାକିସ୍ତାନ-ଇଂଲଣ୍ଡ ମ୍ୟାଚରେ ପରିବର୍ତନ କରିବାକୁ କୁହାଯାଇଛି । ଏହି ଦିନ କାଳୀ ପୂଜା ପଡୁଥିବାରୁ ସ୍ଥାନୀୟ ସୁରକ୍ଷା ଏଜେନ୍ସି ଚିନ୍ତା ବ୍ୟକ୍ତ କରିବା ସହ ଉପରୋକ୍ତ ଅନୁରୋଧ କରିଛନ୍ତି ।

ଯଦି ଆଇସିସି ଓ ବିସିସିଆଇ ଏଥିନେଇ ରାଜି ହୁଅନ୍ତି ତେବେ ପାକିସ୍ତାନର ତୃତୀୟ ମ୍ୟାଚ ନୂଆ ତାରିଖରେ ଖେଳାଯିବ । ୧୨ ଅକ୍ଟୋବରରେ ହେବାକୁ ଥିବା ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚରେ ମଧ୍ୟ ପରିବର୍ତନ କରାଯାଇଛି । ଏବେ ସମସ୍ତଙ୍କ ନଜର ଆଇସିସିର ରିଭାଇଜଡ କାର୍ଯ୍ୟସୂଚୀ ଉପରେ ରହିଛି । ବେଙ୍ଗଲ କ୍ରିକେଟ ସଂଘର ମୂଖ୍ୟ ସ୍ନେହାଶୀଷ ଗାଙ୍ଗୁଲି କହିଛନ୍ତି ଯେ, ଏ ସମ୍ପର୍କରେ କୋଲକାତା ପୋଲିସ ପକ୍ଷରୁ ବିଧିବଦ୍ଧ ଭାବେ କିଛି କୁହାଯାଇ ନ ଥିବାରୁ ଆମେ ଆଇସିସି ଜଣାଇ ନାହୁଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.