ସିପିଆଇ କଟକ ଜିଲ୍ଲା ସାଙ୍ଗଠନୀକ କର୍ମଶାଳା 

ଓଡ଼ିଆ ବାର୍ତ୍ତା/ କଟକ: ଭାରତୀୟ କମ୍ଯୁନିଷ୍ଟ ପାର୍ଟି (ସିପିଆଇ) କଟକ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ କର୍ମଶାଳା ନବଯୁଗ ପ୍ରେସ ପାଲିତପଡାଠାରେ ଉଦୟ କେଶରୀ ବର୍ମାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଉଦଘାଟନ କରିଥିଲେ ରାଜ୍ୟ ସଂପାଦକ ଅଭୟ ସାହୁ। ସେ କହିଲେ ଯେ ପରାଧୀନ ଭାରତ ବର୍ଷରୁ ଆଜି ପର୍ଯ୍ୟନ୍ତ କମ୍ଯୁନିଷ୍ଟ ମାନେ ସାମ୍ରାଜ୍ୟବାଦ ବିରୋଧରେ ଲଢିଥିଲେ ଏବେ ସାମ୍ପ୍ରଦାୟିକତାବାଦ ବିରୋଧୀ ଲଢେଇର ଅଗ୍ରଭାଗରେ ରହି ଲଢେଇ ଜାରିରଖୀଛନ୍ତି।ଅନ୍ୟତମ ସଂପାଦକ ମଣ୍ଡଳି ସଭ୍ୟ ଦ୍ବୟ ଡ଼ଃ ପ୍ରଶାନ୍ତ ମିଶ୍ର ଓ ଜୟନ୍ତ ଦାସ ଯୋଗଦେଇ ଲୋକତାନ୍ତ୍ର ଦୃଢ କରିବାକୁ ହେଲେ ସମ୍ବିଧାନର ସୁରକ୍ଷା ଜରୁରୀ । କମ୍ଯୁନିଷ୍ଟ କର୍ମୀମାନଙ୍କୁ ଜନସାଧାରଣଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପେନସନ, ନିଯୁକ୍ତି, ଦରଦାମ ବୃଦ୍ଧି ପ୍ରତ୍ୟାହାର କରିବାକୁ ବିକ୍ଷୋଭ ଓ ପ୍ରତି ବଦ ସଂଗଠିତ କରିବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଅମରେନ୍ଦୁ ମହାନ୍ତି, ବରିଷ୍ଠ ନେତା କିଶୋର ଚନ୍ଦ୍ର ଜେନା, ତ୍ରୈଲୋକ୍ୟ ନାଥ, ଆଦିକନ୍ଦ ମଲ୍ଲିକ, ଅଷୋକ ତା,ପ୍ରସନ୍ନ ମହାପାତ୍ର, ତପନ ସ୍ବାଇଁ, ଅଶୋକ ମହାନ୍ତି, ଗୋବିନ୍ଦ ନାୟକ, ବଳରାମ ସେଠୀ, ଝିଲ୍ଲି ବିଶୋଇ, ପୂର୍ଣ୍ଣିମା ମହାନ୍ତି, ଉଷା ସ୍ବାଇଁ, ସଞ୍ଜୟ ପରିଜା, ହିମାଂଶୁ ଭୂଂୟା, ମିହିର କୁମାର ବିଶ୍ବାଳ, କ୍ଷୀରୋଦ ବିଶ୍ବାଳ, ସାନନ୍ଦ ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାର ୯ ଟି ବ୍ଲକର ଜୋନ ସଂପାଦକ, ୩୦ ଟି ଶାଖା କମିଟି ସଂପାଦକଙ୍କ ସମେତ ଗଣସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ। ଅଗଷ୍ଟ କ୍ରାନ୍ତି ଦିବସ ପାଳନ ଅବସରରେ ମିଳିତ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ଭୁବନେଶ୍ବର ଠାରେ ଧାରଣା କାର୍ଯ କର୍ମରେ ଶତାଧିକ ସାଥି ଶୁଭେଚ୍ଛୁ ଯୋଗଦେଇ ସଫଳ କରିବାକୁ ଏହି କର୍ମଶାଳାରେ ନିଷ୍ପତ୍ତି ହୋଇଥିଲା । ଶେଷରେ ଶିକ୍ଷକ ନେତା କ୍ଷୀରୋଦ କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.