୫-ଟି ସଚିବଙ୍କୁ ଓଡିଶା ସାମ୍ବାଦିକ ସଂଘର ୧୦ଦଫା ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ୫-ଟି ସଚିବ ଭି.କେ. ପାଣ୍ଡିଆନ ୨ ଦିନିଆ ବଲାଙ୍ଗୀର ଜିଲ୍ଲା ଗ୍ରସ୍ତରେ ଆସିଥିବା ବେଳେ ଟିଟିଲାଗଡ଼ ଠାରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ତାଙ୍କୁ ସାକ୍ଷାତ କରି ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡିଶା ରାଜ୍ୟ ତମାମ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ବହୁବିଧ ମୌଳିକ ସମସ୍ୟାଗୁଡିକର ସମାଧାନ ପାଇଁ ରାଜ୍ୟର ଅଗ୍ରଣୀ ଗଣତାନ୍ତ୍ରିକ ଗଣମାଧ୍ୟମ ଅନୁଷ୍ଠାନ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ପକ୍ଷରୁ ପ୍ରଦାନ କରାଯାଇଥିବା ଦାବୀ ସମୁହ ଗୁଡିକ ହେଲା ୧. ରାଜ୍ୟରେ ସାମ୍ବାଦିକ ମାନଙ୍କ ପ୍ରତି ବୃଦ୍ଧିପାଉଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତି ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ ପାଇଁ ସ୍ୱତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା । ୨. ଭୁବନେଶ୍ୱର ଠାରେ ସମସ୍ତ କାଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରମାନଙ୍କ ପାଇଁ ଏକ ସାମ୍ବାଦିକ ଭବନ ନିର୍ମାଣ କରାଯାଉ । ୩.ସାମ୍ବାଦିକଙ୍କ ମୃତ୍ୟୁ କାଳୀନ ଆର୍ଥିକ ସହାୟତା ରାଶି ୪ଲକ୍ଷ ଟଙ୍କାରୁ ଅନ୍ୟୁନ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହିତ ସଂଲଗ୍ନ ପରିବାର ବାର୍ଷିକ ଆୟ ସୀମା ଉଠାଇ ଦିଆଯାଉ । ୪.ସମ୍ବେଦନଶୀଳ ଘଟଣା ବା ସ୍ଥାନରେ କାର୍ଯ୍ୟ କରିବା ପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ (ଏସଓପି) ପ୍ରଣୟନ କରି ସାମ୍ବାଦିକ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉ । ୫.ଅବସର ପରେ ସାମ୍ବାଦିକ ମାନଙ୍କୁ ଅବସର କାଳୀନ ଭତା ପ୍ରଦାନ କରାଯାଉ ।୬.ସରକାରଙ୍କ ଦ୍ୱାରା ଘୋଷିତ ସାମ୍ବାଦିକଙ୍କ ନିମନ୍ତେ ବ୍ୟାଙ୍କ ଋଣ ପ୍ରଦାନ ଜନୀତ ବିଧି ବ୍ୟବସ୍ଥାର ସରଳିକରଣ କରାଯିବା ସହିତ ବ୍ତାଙ୍କ ଗୁଡିକୁ ସର୍କୁଲାର ଜାରୀ କରାଯାଉ । ୭.ସାମ୍ବାଦିକ ଅଧିସ୍ୱୀକୃତି ନୀତିର ସରଳିକରଣ କରି ଜିଲ୍ଲା, ଉପଖଣ୍ଡ, ବ୍ଲକ ସ୍ତର ପର୍ଯ୍ୟନ୍ତ ସାମ୍ବାଦିକଙ୍କୁ ସାମିଲ କରାଯାଉ । ୮.ବ୍ଲକ, ଉପଖଣ୍ଡ, ଜିଲ୍ଲା ସ୍ତରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରିହାତି ଦରରେ ସରକାରୀ ଘରଭଡା ଯୋଗାଇ ଦିଆଯାଉ କିମ୍ବା ପ୍ରେସ କଲୋନୀ ପ୍ରତିଷ୍ଠା କରି ଗୃହ ଯୋଗାଇ ଦିଆଯାଉ । ୯.ଗଣମାଧ୍ୟମ ସଂସ୍ଥାମାନଙ୍କୁ ପ୍ରଦାନ କରାଯାଉଥିବା ସରକାରୀ ବିଜ୍ଞାପନ ରାଶିରୁ ଅତିକମରେ ୨ ପ୍ରତିଶତ ରାଶି ଲେଭି ଆଦାୟ କରି ସାମ୍ବାଦିକ କଲ୍ୟାଣ ପାଣ୍ଠି ମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର କଲ୍ୟାଣରେ ବିନିଯୋଗ କରାଯାଉ । ୧୦. ସାମ୍ବାଦିକଙ୍କ ବୃତିଗତ, ସାମାଜିକ, ଅର୍ଥନୈତିକ, ପାରିବାରିକ, ଗୋଷ୍ଠିଗତ, ଅନୁଷ୍ଠାନିକ ଆଦି ସୁରକ୍ଷା ଦିଗରେ ବୈଚାରିକ ସମନ୍ୱୟ ରକ୍ଷା ନିମନ୍ତେ ରାଜ୍ୟ ସ୍ତରରେ ବିଭିନ୍ନ କମିଟି ଗଠନ କରାଯାଉ ଓ ସେହି କମିଟିମାନଙ୍କରେ ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଗଠନର ମୁଖ୍ୟ ବା ପ୍ରତିନିଧି ମାନଙ୍କୁ ସ୍ଥାନ ଦିଆଯାଉ । ଏହି ଦାବିପତ୍ର ପ୍ରଦାନ ସମୟରେ ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ତୀର୍ଥଙ୍କର ପଟେଲ, ଜିଲ୍ଲା ସମ୍ପାଦକ ସୁଧୀର ଦାସ, ସାମ୍ବାଦିକ ମମତା ସାହୁ, ମନୋଜ ଶତପଥି, ପ୍ରଦୀପ ବାଗ, ଜୁଲୁ ମହାପାତ୍ର, ସୁଧୀର ସାହୁ, ନାରାୟଣ ସାହୁ, ବିଶାଳ ଅଗ୍ରୱାଲ, ଗୋପାଳ ଅଗ୍ରୱାଲଙ୍କ ସମେତ ସଂଘର ବହୁ ସଦସ୍ୟ ସାମିଲ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.