ଓଡ଼ିଆ ବାର୍ତ୍ତା/ ତିର୍ତ୍ତୋଲ: ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ଡାକରାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ କଳାବ୍ଯାଚ ପିନ୍ଧି ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡିଓଙ୍କୁ ଦାବିପତ୍ର ଦେଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା। ପ୍ରବେଶିକା ଯୋଗ୍ୟତାକୁ ଯୁକ୍ତ୨ କୁ ଯୁକ୍ତ ୩ ବା ସ୍ନାତକ କରିବା, ମୂଳ ଦରମା ଲେବୁଲ ୫ ରୁ ୯ ପଞ୍ଚାୟତ ନିୟମ ୨୦୧୭, ୧୦ ବର୍ଷ ଅଭିଜ୍ଞ ମାନଙ୍କୁ ପଦୋନ୍ନତି ଆଦି ତିନି ଦଫା ଦାବି କରିଛନ୍ତି। ୭ ରୁ ୧୭ ତାରିଖ ପର୍ଯ୍ୟନ୍ତ କଳାବ୍ଯାଚ ପିନ୍ଧି କାମକରି ପ୍ରତିବାଦ ଜଣାଇବା ଓ ସେମାନଙ୍କ ଦାବି ପୂରଣ ନହେଲେ ୧୮ ତାରିଖରୁ କଲମ ଛାଡ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସରକାର ସହୃଦୟତାର ସହ ବିଚାର କରି ସେମାନଙ୍କ ନ୍ଯାର୍ଯ୍ଯ ଦାବି ପୂରଣ କରିବେ ବୋଲି ନିବେଦନ କରିଛନ୍ତି। ଏଥିରେ ତିର୍ତ୍ତୋଲ ବ୍ଲକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ସଭାପତି ତୋଫାନ କୁମାର ଦାସ, ସମ୍ପାଦକ ଦେବେନ୍ଦ୍ର ମଲ୍ଲିକ, କୋଷାଧ୍ୟକ୍ଷ ଉମାଶଙ୍କର ମଲ୍ଲିକ, ଭୀମସେନ ମୁର୍ମୁ, ଗୌତମ ପରିଜା ପ୍ରମୁଖ ଉପସ୍ଥିତ ରହିଥିଲେ ।