ଲାଞ୍ଜିଗଡ଼ ବ୍ଲକରେ ପଡ଼ିଲା ଭାରତବନ୍ଦ ଡାକରାର ପ୍ରଭାବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ଆଦିବାସୀଙ୍କ ଉପରେ ବର୍ବରୋଚିତ ଆକ୍ରମଣ ଓ ବଢ଼ି ଚାଲିଥିବା ହିଂସାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ଓ ମଣିପୁର ରାଜ୍ୟ ସରକାରଙ୍କ ବିଫଳତା ତଥା ୟୁନିଫର୍ମ ସିଭିଲ୍ କୋର୍ଡ ଲାଗୁ କରିବାକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଉଥିବାବେଳେ ଏହାକୁ ବିରୋଧ କରି ଭାରତ ବନ୍ଦ ଡାକରା ଦେଇଥିଲା ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ । ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଆହ୍ବାନ କ୍ରମେ ଆଜି ଦେଶ ବ୍ୟାପି ବନ୍ଦ ପାଳନ କରାଯାଇଥିବାବେଳେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ଏହାର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା । ଜିଲ୍ଲାର ଧର୍ମଗଡ଼, ଜୁନାଗଡ଼, କଲମପୁର, କେସିଙ୍ଗା ସମେତ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ଏଇ ବନ୍ଦକୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନଗୁଡ଼ିକ ରାଜରାସ୍ତାକୁ ଓହ୍ଲାଇଥିଲେ । ଏଇପରି ଭାବେ ଲାଞ୍ଜଗଡ଼ ବ୍ଲକରେ ଆଦିବାସୀ ନେତା ହରିଶଙ୍କର ପାତ୍ରଙ୍କ ନେତୃତ୍ବରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଭବାନୀପାଟଣା-ରାୟଗଡ଼ା ୬ ନମ୍ବର ରାଜ୍ୟ ରାଜପଥ ପୋଖରୀବନ୍ଧ ଛକରେ ପିକେଟିଂ କରିବା ଫଳରେ ଦୀର୍ଘ ସମୟ ଯାଏଁ ଏଇ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.