ମୋହନଗିରି ଠାରେ ବିଶ୍ଵ ଆଦିବାସୀ ଦିବସ ପାଳିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଆଦିବାସୀ ସଂଗଠନ ପକ୍ଷରୁ ମୋହନଗିରିଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମ.ରାମପୁର ବ୍ଲକର ପାଞ୍ଚଟି ପଞ୍ଚାୟତ; ମୋହନଗିରୀ, ମାଣିକେରା, ସିଙ୍ଗପୁର, ଲୁବେନଗଡ଼ ଓ ଦେଡଶୁଲି ପଞ୍ଚାୟତର ଶତାଧିକ ଆଦିବାସୀ ଏକାଠି ହୋଇ ଏହି ଦିବସର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ। ଏହାସହ ମ. ରାମପୁର ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କୁ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ୧୧ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା। ସୁରେନ୍ଦ୍ର ଧରୁଆ ବୈଠକର ସଭାପତିତ୍ବ କରିଥିବାବେଳେ ବିଦ୍ୟାଧର ପାତ୍ର ସଭା ପରିଚାଳନା କରିଥିଲେ। ସିଲି ମାଝୀ, ସୂର୍ଯ୍ୟମଣି ଧରୁଆ, ସୁରସେନ୍ ପୁଟା, ଭାବସିନ୍ଧୁ ଧରୁଆ, ତହସିଲ୍ ବରିହା, ନିରନ୍ ମୁଣ୍ଡା, ଯୋଗେନ୍ଦ୍ର ଧରୁଆ, ଟଙ୍କଧର ପନ୍ଦର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ  ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.