ସଂଖ୍ୟା ଯେତିକି ଭାଗ ସେତିକି; ଏସଟି-ଏସସି-ଓବିସି ସଂଘର ସଚେତନ ପତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଓବିସି,ଏସ ଟି, ଏସ ସି ମିଳିତ ମହାସଂଘ ତରଫରୁ କଳାହାଣ୍ଡି ର ବିଭିନ୍ନ କଲେଜ ମାନଙ୍କରେ ଛାତ୍ର – ଛାତ୍ରୀ ମାନଙ୍କୁ ପ୍ରଚାର ପତ୍ର ବଣ୍ଟନ କରି ସାମ୍ବିଧାନିକ ହକ ଅଧିକାର ଉପରେ ସଚେତନ କରୁଥିବା ଦେଖା ଦେଇଛି । ଏହି କ୍ରମରେ ଆଜି କୋକସରା କଲେଜ ସମ୍ମୁଖରେ ମଧ୍ୟ ସଚେତନ ପତ୍ରିକା ବଣ୍ଟନ କରାଯାଇଛି l ପତ୍ରିକାରେ ରାଜ୍ୟ ସରକାର ବିଶେଷତଃ ଓବିସୀ , ଏସ ଟି, ଏସ ସି ବର୍ଗ ର ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଓ ନିଯୁକ୍ତି ରେ ସେମାନଙ୍କୁ ଜନସଂଖ୍ୟା ଅନୁପାତରେ ଅନ୍ୟ ରାଜ୍ୟ ଭଳି ସ୍ଥାନ ସଂରକ୍ଷଣ ଦେବା, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ରାଜ୍ୟ ବଦଳରେ ଜିଲ୍ଲା ଭିତ୍ତିକ କରିବା, ଶିକ୍ଷା ର ଘରୋଇକରଣ କୁ ସମ୍ପୂର୍ଣ୍ଣ ବନ୍ଦ କରିବା ଆଦି ୯ ଦଫା ଦାବୀ ରଖାଯାଇଛି l ଅସନ୍ତୋଷ ଓ ଆନ୍ଦୋଳନ ର ଦାନା ବାନ୍ଧୁଥିବା ବିଷୟ ହେଉଛି ୧୯୩୧ ମସିହା ଜନଗଣନା ଅନୁସାରେ ଓଡିଶା ରେ ପଛୁଆ ବର୍ଗ ଙ୍କ ସଂଖ୍ୟା ୫୪% ଥିବାବେଳେ ବର୍ତମାନ ସେମାନଂକୁ ଚାକିରୀରେ ମାତ୍ର ୧୧% ସ୍ଥାନ ସଂରକ୍ଷଣ ଦିଆଯାଉଛି। ଏହି ବିଶାଳ ଗୋଷ୍ଠୀ କୁ ଶିକ୍ଷା କ୍ଷେତ୍ର ରେ ଆଦୌ ସଂରକ୍ଷଣ ଦିଆଯାଉନାହିଁ ।ଠିକ ସେହିଭଳି୪୦% ଜନସଂଖ୍ୟା ଥିବା ଏସ ସି ଓ ଏସ ଟି ବର୍ଗକୁ ଶିକ୍ଷା ରେ ମାତ୍ର ୨୦% ସଂରକ୍ଷଣ ଦିଆଯାଉଛି । ଏଭଳି ହେଲେ ଓଡ଼ିଆ ଲୋକଙ୍କ ଆଦୌ ବିକାଶ ହୋଇପାରିବ ନାହିଁ ବୋଲି ସଂଘ ପ୍ରକାଶ କରିଛି । ବିଶେଷ କରି ଏହାଦ୍ୱାରା ପଛୁଆ ବର୍ଗର ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ମାନେ ଡାକ୍ତର, ଇଞ୍ଜିନିଅର, ପଶୁ ଡାକ୍ତର, ଓକିଲ, ଫାର୍ମାସିଷ୍ଟ, ନର୍ସ , ଶିକ୍ଷକ ଠାରୁ ଚାର୍ଟଡ଼ ଆକାଉଣ୍ଟାଣ୍ଟ, ପର୍ଯ୍ୟନ୍ତ ହୋଇ ପାରୁନାହାନ୍ତି। ତେଣୁ ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଆବଶ୍ୟକ ହେଲେ ଏହି ପଛୁଆ ବର୍ଗ ର ବିକାଶ ପାଇଁ ସ୍ୱତନ୍ତ୍ର ଆଇନ ତିଆରି କରିବା ପାଇଁ ଦାବୀ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମକୁ ଶ୍ରୀ କାନ୍ତ ଜେନା ରାଜ୍ୟବ୍ୟାପୀ ପ୍ରଚାର ପ୍ରସାର କରିଥିବା ବେଳେ ଜିଲ୍ଲା ସ୍ତରରେ ଏହି ସଂଗଠନ କାମ କରୁଛି । ସରକାର ଏହି ଦାବୀ ସବୁ ତୁରନ୍ତ ଗ୍ରହଣ ନ କଲେ ଆଗାମୀ ଦିନରେ ଜିଲ୍ଲାରେ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ସଂଘ ର ବରିଷ୍ଠ କର୍ମକର୍ତ୍ତା ଡମ୍ବରୁଧର ଲହଜଲ, ରତନ ନାଏକ, ଡାକେଶ୍ୱର ଲହଜଲ, ଅଜୟ ପୁଝାରୀ, କ୍ଷୀରସିନ୍ଧୁ ପଟେଲ, ହୃଷିକେଶ ବାଗ, ମୋହନ ନାଏକ, ମୁରଲୀ ନାଏକ, ରୀନା ଭୋଇ, ଦୟା ନିଧି ମାଝୀ, ଦିଗାମ୍ବର ଦୁରିଆ ଆଦି ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.