ଅଗଷ୍ଟ କ୍ରାନ୍ତି ଦିବସ: ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ତରଫରୁ ବିଶାଳ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଆଜି ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ତରଫରୁ ବିଶ୍ବନାଥପୁରଠାରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟିର ସଭାପତି ହରିହର କୁମାର, କଂଗ୍ରେସ ନେତା ଚାଞ୍ଚେର ମାଝୀ, ରାଜେନ୍ଦ୍ର ମାଳି, ମନୋଜ ରାଉତ, ପୂର୍ଣ୍ଣଚନ୍ଦ୍ର ଗଉଡ଼, ବିଜୟ ନାଏକ, ରଞ୍ଜିତା ମୁଣ୍ଡା, ଭଗବାନ ମାଝୀ, ପୁରୁଷୋତ୍ତମ ଦଣ୍ଡସେନାଙ୍କ ନେତ୍ରୁତ୍ବରେ ଆଜି କ୍ରାନ୍ତି ଦିବସ ଅବସରରେ ଏକ ବିଶାଳ ଶୋଭାଯାତ୍ରା ବିଶ୍ବନାଥପୁର କଲେଜ ଛକରୁ ବାହାରି ମେଡିକାଲ ଛକ ଯାଏଁ ଯାଇଥିଲା । ଏଥିରେ କଂଗ୍ରେସ ଦଳର କର୍ମକର୍ତ୍ତାମାନେ କେନ୍ଦ୍ରର ମୋଦୀ ସରକାରଙ୍କ ଆଦିବାସୀ ଓ ଦଳିତ ବିରୋଧୀ ନୀତିକୁ ସମାଲୋଚନା କରି ଜୋରଦାର ନାରାବାଜି କରିଥିଲେ । ଏଥିରେ କଂଗ୍ରେସର ପିତାମ୍ବର ପଟେଲ, ପଠାଣିସାମନ୍ତ ନାଗଙ୍କ ସମେତ ବ୍ଲକର ୨୬ ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ଦଳର ଚାରିଶହରୁ ଉର୍ଦ୍ଧ୍ବ କର୍ମୀ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.