ହୀରାପୁରରେ ବିଜେଡିର ମିଶ୍ରଣ ପର୍ବ

ଦଳରେ ସାମିଲ ହେଲେ ୨ କଂଗ୍ରେସ, ୧ ବିଜେପି ନେତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟର ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରି ଜଣେ ମହିଳା ନେତ୍ରୀ ଓ  ୨ଜଣ  ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ବାସଭବନରେ ଆଜି ଏଇ ନେତାମାନେ ଦଳରେ ସାମିଲ ହୋଇଥିବା ସୂଚନା ମିଳିଛି। ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜଣେ ସଫଳ ନାରୀନେତ୍ରୀ, ସମାଜସେବୀ ଫୁଲମେ ମାଝୀ ଆଜି କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗଦେଇଥିବା ବେଳେ କୁମଖାଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ମୁଲୁ ମାଝୀ ଓ ବିଜେପିର ପ୍ରଫୁଲ୍ଲ ଦଳପତି ଆଜି ବିଜେଡିରେ ଯୋଗଦେଇଥିବା ଜଣାପଡ଼ିଛି। ବିଧାୟକ ଶ୍ରୀ ଦିଶାରୀଙ୍କ ହୀରାପୁରସ୍ଥିତ ବାସଭବନରେ ଅନୁଷ୍ଠିତ ଏକ ଔପଚାରିକ ମିଶ୍ରଣ ପର୍ବରେ ବିଧାୟକ ଶ୍ରୀ ଦିଶାରୀଙ୍କ ସହିତ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ବିଜେଡି ଜିଲ୍ଲା ସଂପାଦକ ଜଗଦୀଶ ବେନିଆଁ, ବିଜେଡି ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ଯୁବନେତା ହିମାଦ୍ରୀ ପେସନିଆ, ହରିଶଙ୍କର ପାତ୍ର, ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, ବନମାଳୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.