ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାସ୍ତା କଡ଼ରେ ବୁଲୁଥିବା ଜଣେ ମାନସିକ ସନ୍ତୁଳନ ହରାଇଥିବା ମହିଳାଙ୍କୁ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଉଦ୍ଧାର କରି ମାନବିକତା ଦେଖାଇଛନ୍ତି। କୋକସରା ବ୍ଳକ ସଦର ମହକୁମା କଲେଜ ଛକ ଠାରୁ ଦାସ କଲୋନୀ ମଧ୍ୟରେ ଅନେକ ଦିନରୁ ଜଣେ ମାନସିକ ବିକାରଗସ୍ତ ମହିଳା ବୁଲାବୁଲି କରି ୨୬ ନମ୍ବର ରାସ୍ତା କଡରେ ରହୁଥିଲେ। ମାନସିକ ଭାରସାମ୍ୟ ହରାଇଥିବା ଏହି ମହିଳା ଜଣକ ରାସ୍ତା ପାର୍ଶ୍ବରେ ରହୁଥିବାରୁ ପ୍ରତି ମୁହୂର୍ତ୍ତରେ ବିପଦ ରହିଥିଲା। ତଥାପି ରାସ୍ତାରେ ଯାତାୟତ କରୁଥିବା ଅନେକ ଲୋକଙ୍କ ନିଜର ପଡ଼ିଥିଲେ ହେଁ କେହି ତାଙ୍କୁ ଉଦ୍ଧାର କରି ନଥିଲେ। ଏହି କଥା ଜଣିବା ପରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ, ଆଶା କର୍ମୀ ଯାଜ୍ଞସେନି ମହାନ୍ତି ଓ ସସ୍ମିତା ବାଗ, ହୋମଗାର୍ଡ ଭୂମି ବେମାଲ, ସାମ୍ବାଦିକ କିଶନ ପଟ୍ଟନାୟକ ପ୍ରମୁଖ ଶୁକ୍ରବାର ଉକ୍ତ ମାନସିକ ବିକାରଗସ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ। ଏବଂ କୋକସରା ଡାକ୍ତରଖାନାରେ ପରୀକ୍ଷଣ କରାଇ ପରେ ଧର୍ମଗଡ଼ ମିସନାରି ଅଫ୍ ଚାରେଟିକୁ ନେଇ ଛାଡିଥିବା ଜଣାପଡିଛି। ବ୍ଳକ ଉପାଧ୍ୟକ୍ଷଙ୍କ ଏଭଲି ମହତ୍ କାର୍ଯ୍ୟକୁ ସାଧାରଣରେ ଭୁରି ଭୁରି ପ୍ରଶଂସା କରାଯାଉଛି।