ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ପାଇଁ ଗାଇଡଲାଇନ, ବିନା ପ୍ରମାଣ ପତ୍ରରେ ଦେଇପାରିବେନି ପରାମର୍ଶ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସରଙ୍କ ପାଇଁ ଆସିଛି ନିର୍ଦ୍ଦେଶନାମା। ଏଣିକି ସୋସିଆଲ ମିଡିଆରେ ବିନା ପ୍ରମାଣ ପତ୍ରରେ ଦେଇପାରିବେନି କୌଣସି ପ୍ରକାର ପରାମର୍ଶ। ଏହି ଇନ୍‌ଫ୍ଲୁଏନ୍‌ସର ସେଲିବ୍ରିଟି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସୁସ୍ଥ ରହିବା ପାଇଁ ଦେଶୀଠାରୁ ଆରମ୍ଭ କରି ରସାୟନିକ ଉତ୍ପାଦ ଓ ସେବାର ପ୍ରଚାର କରୁଛନ୍ତି। ଏପରିକି ଡାଏଟ୍ ପ୍ଲାନ ମଧ୍ୟ ନିଜର ଅନୁଗାମୀମାନଙ୍କୁ ଦିଅନ୍ତି। ବେଳେବେଳେ ଏହି ପରାମର୍ଶ ସକରାତ୍ମକ ପ୍ରଭାବ ପକାଇବା ପରିବର୍ତ୍ତେ ଅନୁଗାମୀମାନଙ୍କ ଉପରେ ଏହାର ବିପରୀତ ପ୍ରଭାବ ପଡିଥାଏ। ଏହାକୁ ରୋକିବା ପାଇଁ ସରକାର ଏହି ଗାଇଡଲାଇନ ଜାରି କରିଛନ୍ତି।

Omkar Vasthu
Omkar Vasthu

ନିର୍ଦ୍ଦେଶାବଳୀ ଅନୁଯାୟୀ, ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍‌ସରମାନେ ନିଜକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ବୋଲି କହି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କୌଣସି ମନମୁଖୀ ଜ୍ଞାନ ବାଣ୍ଟି ପାରିବେ ନାହିଁ। ବିନା ପ୍ରମାଣପତ୍ରରେ କୌଣସି ଉତ୍ପାଦକୁ ପ୍ରୋତ୍ସାହିତ କରିପାରିବେ ନାହିଁ। ଡାକ୍ତରୀ ଚିକିତ୍ସକ, ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ବିଶେଷଜ୍ଞମାନଙ୍କୁ ବର୍ତ୍ତମାନ ସ୍ୱାସ୍ଥ୍ୟ ପ୍ରତି ବ୍ୟବହାର ହେଉଥିବା ଉତ୍ପାଦକୁ ପ୍ରୋତ୍ସାହିତ କରିବା ସମୟରେ ସେମାନଙ୍କର ପ୍ରମାଣପତ୍ର ଦେଖାଇବାକୁ ପଡିବ। ଗୁରୁବାର ଦିନ ସରକାର ଏ ବାବଦରେ ଏକ ଗାଇଡଲାଇନ ଜାରି କରିଛନ୍ତି। ଖାଉଟି ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସ୍ୱାସ୍ଥ୍ୟ ଏବଂ ଆୟୁଷ ମନ୍ତ୍ରଣାଳୟ ବ୍ୟତୀତ ସଂପୃକ୍ତ ଏଜେନ୍ସିମାନଙ୍କ ସହ ଏ ବାବଦରେ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି।

Pearl dental clinic
Near Ashish Medical Store, Bhawanipatna

ଗାଇଡଲାଇନରେ କୁହାଯାଇଛି ଯେ ସେଲିବ୍ରିଟି ଏବଂ ଇନ୍‌ଫ୍ଲୁଏନ୍‌ସରମାନେ ନିଜକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରୀ ଚିକିତ୍ସକ ଭାବରେ ବର୍ଣ୍ଣନା କରନ୍ତି। ସେମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦାବି କରିବା ବେଳେ ସେମାନଙ୍କର ବ୍ୟକ୍ତିଗତ ଦୃଷ୍ଟିକୋଣ ଏବଂ ବୃତ୍ତିଗତ ପରାମର୍ଶ ମଧ୍ୟରେ ସ୍ପଷ୍ଟ ଭାବରେ ପାର୍ଥକ୍ୟ ଦର୍ଶାଇବାକୁ ପଡିବ। ଏହା ସହିତ ବିନା ତଥ୍ୟ ପ୍ରମାଣରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ପରାମର୍ଶ ଦେଇପାରିବେ ନାହିଁ। ତେଣୁ ସେମାନଙ୍କୁ ଏଥିପ୍ରତି ଧ୍ୟାନ ରଖିବାକୁ ପଡବି। ଉତ୍ପାଦର ପ୍ରଚାର କରିବା ସମୟରେ, ସେମାନଙ୍କୁ ସେମାନଙ୍କର ଅନୁଗାମୀମାନଙ୍କୁ ଏହା କହିବାକୁ ପଡିବ ଯେ ସେଗୁଡିକ ବ୍ୟବହାର କରିବା ପୂର୍ବରୁ ସେମାନେ ନିଶ୍ଚିତ ଭାବରେ ଡାକ୍ତରୀ ବିଶେଷଜ୍ଞଙ୍କ ସହିତ ପରାମର୍ଶ ନେବା ଉଚିତ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.