ଭାରତର ଏପରି ରେଳଷ୍ଟେସନ, ଯେଉଁଠାରେ ଟ୍ରେନ ଯାତ୍ରା ପାଇଁ ଜରୁରୀ ଭିସା ଏବଂ ପାର୍ସପୋର୍ଟ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଯେତେବେଳେ ଆମେ ବିଦେଶ ଯାଉ, ସବୁବେଳେ ଭିସା ଓ ପାର୍ସପୋର୍ଟର ଆବଶ୍ୟକତା ପଡିଥାଏ  । ଦେଶରେ ଭ୍ରମଣ କରିବା ସମୟରେ ସେଗୁଡିକର ଆବଶ୍ୟକତା ନଥାଏ  । ଆପଣମାନେ ହୁଏତ ଜାଣିନଥିବେ ଭାରତରେ ଏପରି ଏକ ରେଳଷ୍ଟେସନ ରହିଛି, ଯେଉଁଠାରେ ଟ୍ରେନ ଯାତ୍ରା କରିବାକୁ ଭିସା ଏବଂ ପାର୍ସପୋର୍ଟର ଆବଶ୍ୟକତା ପଡେ । ଯଦି ଆପଣ ଏଠାରେ ଧରାପଡନ୍ତି ତେବେ ସିଧା ଜେଲ ଯିବାକୁ ପଡିବ  । ଏହା ଭାରତ-ପାକିସ୍ତାନ ଯାତ୍ରା ସହ ଜଡିତ ଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥାଏ  । ଆମେ କହୁଛୁ ପଞ୍ଜାବ ଅମୃତସରରେ ଥିବା ଅଟାରି ରେଳ ଷ୍ଟେସନର କଥା  । ଟ୍ରେନଟି ପାକିସ୍ତାନକୁ ଚାଲିଥାଏ  । ଏହା ହେଉଛି ଦେଶର ଏକମାତ୍ର ରେଳଷ୍ଟେସନ୍ ଯେଉଁଠାରେ ଉଭୟ ପାର୍ସପୋର୍ଟ ଓ ଭିସା ଦରକାର ହୁଏ  । ଯଦି ଆପଣ ଏଠାରେ ବିନା ଡକ୍ୟୁମେଣ୍ଟରେ ଧରାପଡନ୍ତି ତେବେ  ମାମଲା ରୁଜ୍ଜୁ ହେବା ସହ ଜେଲ ଦଣ୍ଡ ଭୋଗିବାକୁ ପଡିବ  । ତେବେ ଏହି ମାମଲାରେ ଧରାପଡିବା ପରେ ଜାମିନ୍ ପାଇବାକୁ ଅନେକ ବର୍ଷ ଲାଗିଯାଏ  । ଦିଲ୍ଲୀ କିମ୍ବା ଅମୃତସରରୁ ପାକିସ୍ତାନର ଲାହୋରକୁ ଯାଉଥିବା ଟ୍ରେନ ଗୁଡିକ ଏହି ଅଟାରି ରେଳଷ୍ଟେସନ ଦେଇ ଯାଇଥାଏ  । ଗତ କିଛି ବର୍ଷ ହେବ ପାକିସ୍ତାନ ସହ ସମ୍ପକ ଖରାପ ଥିବାରୁ ଟ୍ରେନ୍ ସେବା ପ୍ରଭାବିତ ହୋଇଥିଲା । ଆହୁରି ମଧ୍ୟ ଏହି ଷ୍ଟେସନକୁ ଆସିଲେ ନିଜ ସାମଗ୍ରୀ ନିଜେ ଉଠାଇବାକୁ ପଡିବ  । କାରଣ ଏହି ଷ୍ଟେସନକୁ କୁଲି ମାନଙ୍କୁ ଅନୁମତି ନାହିଁ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.