ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ତେରେସିଙ୍ଗା ଉଚ୍ଚ ବିଦ୍ୟାଳୟରେ ତେରେସିଙ୍ଗା, ପୌରକେଲା, ଗଜଵାହାଳ ଓ ରିଷିଡା କ୍ଲଷ୍ଟର ପକ୍ଷରୁ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ସାପଲହରା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେଗେଡା, ଯୋରାଡଵରା, ରେଙ୍ଗାଲି ଓ କର୍ଲାମୁଣ୍ଡା କ୍ଲଷ୍ଟର ୫୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ପ୍ରଦାନ ଉଦଯାପିତ ହୋଇଯାଇଛି। ଆୟୋଜିତ ତାଲିମ ଶିବିରକୁ ତାଲିମଦାତା ସଞ୍ଜୟ ଦାସ, ମନୋଜ ମିଶ୍ର ଓ ସୂର୍ଯ୍ୟମଣି ଭୋଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ସାମର୍ଥ୍ୟ ଶିକ୍ଷକ ତାଲିମ ଶିବିରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଵିଜୟାଲକ୍ଷ୍ମୀ ନାଗ ଯୋଗଦେଇ ଭିନ୍ନକ୍ଷମ ଛାତ୍ର ଛାତ୍ରୀ କେମିତି ସାଧାରଣ ଛାତ୍ର ଛାତ୍ରୀ ମାନଙ୍କ ସହିତ ସାଧାରଣ ବିଦ୍ୟାଳୟରେ ପାଠ ପଢିପାରିବେ ଜାତୀୟ ଶିକ୍ଷାନୀତି ୨୦୨୦ରେ ଅନ୍ତନିଵେଶି ଶିକ୍ଷା ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ ବୋଲି ଶିବିରରେ ଉଦବୋଧନ ଦେଇଥିଲେ।ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ସା’ଙ୍କ ତତ୍ତ୍ଵାବଧାନରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ପ୍ରଦୀପ କୁମାର ବେହେରା ଓ ପ୍ରକାଶ କୁମାର ବିଶ୍ବାଳ ସାମର୍ଥ୍ୟ ତାଲିମ ଶିବିରକୁ ପରିଚାଳନା କରିଥିଲେ।