ବିକାଶ ପଥରେ କୋକସରା କୋକସରା ବ୍ଲକ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ପାଇଁ ଭୂମିପୂଜନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ‘୫-ଟି’ ସଚୀବ କଳାହାଣ୍ଡି ଗସ୍ତରୁ ଫେରିବା ପରେ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ଅର୍ଥରାଶି ମଞ୍ଜୁର ହୋଇଛି। ରାଜ୍ୟ ସରକାର  ଜିଲ୍ଲାର ୧୯୨ ଧାର୍ମିକ ପୀଠସ୍ଥଳୀର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିବା ବେଳେ କୋକସରା ବ୍ଳକର ୧୮ ଗୋଟି ସ୍ଥାନକୁ ୧ କୋଟି ୬୩ ଲକ୍ଷ ଦେଇଛନ୍ତି। ଏନେଇ ଆଜି (ଶନିବାର) କୋକସରା ବ୍ଳକର ବିଭିନ୍ନ ସ୍ଥାନରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ଳକର କାଉଡୋଲା ପଞ୍ଚାୟତ କୁମୁଡାମୁଣ୍ଡା ମହାଦେବ ଶିବ ମନ୍ଦିରର ସୌନ୍ଦର୍ଯ୍ୟ କରଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଦେବିସିଂ ତାଣ୍ଡି, କନିଷ୍ଠ ଯନ୍ତ୍ରୀ ପ୍ରଜବନ୍ତ ପ୍ରକାଶ ସିଂ, ଅଇରୀ ନାଶନ ଚିନ୍ଦା, ଲଡୁଗାଁ କଲେଜ ଅଧ୍ୟକ୍ଷ ନିହାରକାନ୍ତ ପଣ୍ଡା, ପୁଜକ ଦିଲିପ ଦାସ, ସମିତି ସଭ୍ୟା ବୈଦେହି ବେଶ୍ରା, ଶଶାଙ୍କ ପୁରୋହିତ, ଦୀପ୍ତିମୟୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଲଡୁଗାଁ ସ୍ଥିତ ବାଉରୀ ମା’ ମନ୍ଦିର, ଜଗନ୍ନାଥ ମନ୍ଦିର ଓ ମାରୱାଡି ଯୁବାଭବନ ନିର୍ମାଣର ଭୂମିପୂଜନ କାର୍ଯ୍ୟକ୍ରମରେ କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଗୌନ୍ତିଆ ପ୍ରଫୁଲ୍ଲ ଚନ୍ଦ୍ର ମାଝୀ, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ସେନାପତି, ରବି ଦାସ, ପୂଜକ କରଣ ପୁଝାରୀ, କାର୍ତ୍ତିକ ଠାକୁର, ଦିନେଶ କୁମାର ଶର୍ମା, ଅରୁଣ ଗେୟଲ, ବିକାଶ ଅଗ୍ରୱାଲ, କବି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ କୋକସରା ବ୍ଲକ ବିକାଶ ଦିଗରେ ଅଗ୍ରସର ହେଉଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ସାଧାରଣ ଜନତା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.