ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେସିଙ୍ଗା ବନାଞ୍ଚଳ ରୁପ୍ରାରୋଡ ସେକ୍ସସନର ଗାଡେବନ୍ଧ ପଞ୍ଚାୟତ ନାଗୁଲଗୁଡା ଜଙ୍ଗଲ ପରିସରରେ ଉତ୍ତର ବନଖଣ୍ଡ ପକ୍ଷରୁ ଫରେଷ୍ଟର ବିଶ୍ଵଜିତ ଠାକୁରଙ୍କ ନେତୃତ୍ୱରେ ଆଜାଦିକା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି ଉକ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦେଇ ସମସ୍ତଙ୍କୁ ଜଙ୍ଗଲଜମିର ସୁରକ୍ଷା ଏବଂ ବୃକ୍ଷ ରୋପଣ କଲେ ପରିବେଶ କିଭଳି ସୁରକ୍ଷିତ ରହିବ ସେ ନେଇ ଉଦବୋଧନ ଦେଇଥିଲେ l ବୃକ୍ଷ ହିଁ ଜୀବନ ଜଙ୍ଗଲ ବଞ୍ଚିଲେ ଜୀବ ଜଗତ ବଞ୍ଚିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଗାଡେବନ୍ଧ ସରପଞ୍ଚ କବିତା ବାଗ, ସମିତି ସଦସ୍ୟା ସୁଜାତା ସାହୁ ଯୋଗଦାନ କରି ବକ୍ତବ୍ୟ ମାଧ୍ୟମରେ ବୃକ୍ଷ ରୋପଣ ନିମନ୍ତେ ଜନ ସଚେତନତା ସୃଷ୍ଟି କରିଥିଲେ । ଏଥିରେ ବନ ବିଭାଗ ଗାର୍ଡ ଫକୀର ବିଶ୍ଵାଳ, ଯୁବ ସମାଜସେବୀ ଅଜିତ ସାହୁ, କୈଳାସ ମାଝୀ, ଭୁବନ ବାଗ, ସାଗର ହରପାଲ, ତାପୀମଣି ମାଝୀ, ବିକ୍ରମ ମାଝୀ, ଗ୍ରାମ ପଞ୍ଚାୟତ କର୍ମଚାରୀ ଜିଆରଏସ ପଦ୍ମିନୀ କୁମାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଫରେଷ୍ଟର ଶ୍ରୀ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।