ନର୍ଲା ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୩/୨୪ ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଉତ୍ସବର ମଞ୍ଚ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ସୁମନ୍ତ ପୁଝାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଆୟୋଜକ ନର୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଦ୍ଘାଟନୀ ଉତ୍ସବ ବିଦ୍ୟାଳୟର ଯୁଗ୍ମ ସମ୍ପାଦକ ଅଜୟ କୁମାର ନାଏକ, ସଙ୍କୁଳ ପ୍ରମୁଖ ଅଧ୍ୟାପକ ମୋହନ ପୁଟେଲ, କେସିଙ୍ଗା ସଂକୁଳ ସଂଯୋଜକ ତଥା କେସିଙ୍ଗା ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ପ୍ରବୀଣ କୁମାର ବେହେରା ପ୍ରମୁଖ ଶିଶୁ ମନ୍ଦିର ପରିଯୋଜନା, କାର୍ଯ୍ୟକ୍ରମ ଓ ଏହାର ଆଭିମୁଖ୍ୟ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ଏହି ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୩/୨୪ ରେ କେସିଙ୍ଗା ସଂକୁଳର କେସିଙ୍ଗା, ଉତ୍କେଲା, ନର୍ଲା, ରୁପ୍ରାରୋଡ, ରୁପ୍ରା, ମ.ରାମପୁର, ଯୋରାଡୁବରା, କର୍ଲାମୁଣ୍ଡା ଏଭଳି ୯ ଗୋଟି ବିଦ୍ୟାଳୟର ୩୦୯ ଜଣ ଛାତ୍ରଛାତ୍ରୀ ଯୋଗଦାନ କରି ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ବେଳେ ଦାୟିତ୍ୱରେ ୨୪ ଜଣ ଆଚାର୍ଯ୍ୟ ବିଭିନ୍ନ ଶିଶୁ ବିଦ୍ୟା ମନ୍ଦିରରୁ ଆସିଥିଲେ । ସକାଳ ୧୦.୩୦ ରେ ଉଦ୍ଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମ ସଂଧ୍ୟା ୫ ଘଣ୍ଟା ଯାଏଁ ଚାଲିଥିଲା ।

ପ୍ରତିଯୋଗୀତା ଗୁଡିକ ମଧ୍ୟରେ ସଂସ୍କୃତି ମହୋତ୍ସବ, ବିଜ୍ଞାନ ଓ ଗଣିିତର ଶିଶୁ ବର୍ଗର ୪୫ ଓ ବାଲ ବର୍ଗର ୯ ଗୋଟି ଏଭଳି ମୋଟ ୫୪ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଅନ୍ୟ ପ୍ରତିଯୋଗୀତା ଗୁଡିକ ମଧ୍ୟରେ ପ୍ରଶ୍ନମଞ୍ଚ, କଥା କଥନ, ପ୍ରୟୋଗ ସବୁର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଶିଶୁବର୍ଗ ବିଭାଗର ପ୍ରତିଯୋଗୀତା ଗୁଡିକ ଅନୁଷ୍ଠିତ ହୋଇଥିବା ବେଳେ ୬ଷ୍ଠ ରୁ ୮ମ ଯାଏଁ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ବାଲ ବର୍ଗ ଭାବରେ ପ୍ରତିଯୋଗୀତା ଗୁଡିକ ଅନୁଷ୍ଠିତ ହୋଇଥିଲା ।

ପ୍ରକଳ୍ପ ଓ ପ୍ରତିଯୋଗୀତା ଗୁଡିକର ମୂଲ୍ୟାୟନ ପାଇଁ ବିଚାରକ ଭାବରେ ପିଏନଏସ୍ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ବିଦ୍ୟାଳୟର ପୂର୍ବତନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ନାଗ, ଅଧ୍ୟାପକ ମୋହନ ପୁଟେଲ, ନର୍ଲା ଡିଗ୍ରୀ କଲେଜର ଅଧ୍ୟାପିକା ବାସନ୍ତୀ ସାହୁ, ଶିକ୍ଷୟତ୍ରୀ ସସ୍ମୀତା ସୁନାମୁଦି, ଶିକ୍ଷକ ଦେବଦତ୍ତ ମିଶ୍ର, ବିଶ୍ବରଞ୍ଜନ ମିଶ୍ର, ସୁଶାନ୍ତ କୁମାର ବାରିକ, ଅତୁଲ୍ୟ କୁମାର ପଧାନ, କେଶବ ମହାପାତ୍ର, ସଂଗ୍ରାମ ବେହେରା, କେ ଫାଲ୍ଗୁନା ରାଓ, ପ୍ରମୁଖ ମୂଲ୍ୟାୟନ କରିଥିଲେ । ଅପରାହ୍ନ ୪ ଘଣ୍ଟା ସମୟରେ ଏହି ଜ୍ଞାନ ବିଜ୍ଞାନ ମେଳା- ୨୦୨୩/୨୪ ର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବୈଦ୍ୟରାଜ ପବିତ୍ର ଶବର ଯୋଗଦାନ କରି ବାକଦେବୀ ମା ସରସ୍ୱତୀ, ଭାରତ ମାତା ଓ ପବିତ୍ର ଓମକାର ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ କରି ମାର୍ଗଦର୍ଶନ ଦେଇଥିଲେ ।

ଇତ୍ୟବସରରେ ବିଦ୍ୟାଳୟର ସମ୍ପାଦକ ଶ୍ରୀ ପୁଝାରୀ, କେସିଙ୍ଗା ସଂକୁଳ ସଂଯୋଜକ ପ୍ରବୀଣ ବେହେରା, କେସିଙ୍ଗା ସଂକୁଳ ପ୍ରମୁଖ କର୍ଲାପଡା ମହାବିଦ୍ୟାଳୟର ଅଧ୍ୟାପକ ମୋହନ ପୁଟେଲ, କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ ପ୍ରମୂଖ ମାର୍ଗଦର୍ଶନ ଦେଇଥିଲେ । ଏହାପରେ ନର୍ଲାର ବାଲ ଘୁମୁରା ଦଳ, କେସିଙ୍ଗା ଘୁମୁରା ଦଳ ଓ କର୍ଲାମୁଣ୍ଡାର ସମ୍ବଲପୁରୀ ନୃତ୍ୟ ମଧ୍ୟରେ ପ୍ରିଯୋଗୀତା ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ମୋହନ ପୁଟେଲ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ପୂର୍ବତନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ନାଗ ବିଚାରକ ଭାବରେ ଦାଇତ୍ୱ ନିର୍ବାହନ କରିଥିଲେ ।

ଉଦ୍‌ଯାପନୀ ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ପ୍ରତିଯୋଗୀତା ଗୁଡିକରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକ ପରିଚାଳନା କରିଥିବା ବେଳେ ମ ରାମପୁର ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ଆଚାର୍ଯ୍ୟ ଦେବରାଜ ଗଉଡ, ଆଚାର୍ଯ୍ୟା ପୁଷ୍ପାଞ୍ଜଳୀ ପାଢୀ, ମନୋରମା ପତି, ନିକୁଞ୍ଜ ନାଗ, ଯଦୁ ଗୁରୁଜୀ, ତୁଳସୀ ବିଶି, ଜୟଦେବ ପୋଢ଼, ସ୍ମରଣୀକା ମଲ୍ଲିକଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା, ସେବକ ଘାସିରାମ ସାହାଣୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.