ବିପଦ ଆସିଲେ ବଦଳି ଯାଏ ମନ୍ଦିର ପୁଷ୍କରିଣୀର ରଙ୍ଗ, ଜାଣନ୍ତୁ ଏହି ରହସ୍ୟମୟ ମନ୍ଦିର

ଓଡ଼ିଆ ବାର୍ତ୍ତା/ ଶ୍ରୀନଗର: ଭାରତର ପବିତ୍ର ଭୂମିରେ ଏପରି ଅନେକ ମନ୍ଦିର ଅଛି ଯାହା ସେମାନଙ୍କର ବିରଳ ଚମତ୍କାର ପାଇଁ ପ୍ରସିଦ୍ଧ ।ଏହି ସବୁ ମନ୍ଦିରରେ ଘଟୁଥିବା ଘଟଣା ବିଶ୍ୱାସ ନହେଲେ ବି ସତ । ପ୍ରତି ମୁହୁର୍ତ୍ତରେ ଘଟୁଥିବା ଘଟଣା ଆଖି ସାମ୍ନାରେ ହେଉଥିଲେ ବି ତାର ସତ୍ୟତା କିନ୍ତୁ ଜଣାନାହିଁ । ସେମିତି ଏକ ରହସ୍ୟମୟ ମନ୍ଦିର ହେଉଛି କ୍ଷୀର ଭବାନୀଙ୍କ ପୀଠ । ଜମ୍ମୁ କଶ୍ମୀର ଶ୍ରୀନଗରର ତୁଲ୍ଲା ମୁଲ୍ଲା ଗାଁରେ ରହିଛି ଦେବୀ ମା’ଙ୍କ ପୀଠ । ଏହି ମନ୍ଦିର ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଚମତ୍କାର ଏବଂ ଧାର୍ମିକ ବିଶ୍ୱାସ ପାଇଁ ପ୍ରସିଦ୍ଧ ।

Omkar Vasthu
Omkar Vasthu

ବିଶ୍ୱାସ ଅନୁଯାୟୀ, ଏହି ମନ୍ଦିର ଈଶ୍ୱରୀୟ ଶକ୍ତିରେ ପରିପୂର୍ଣ୍ଣ । କୁହାଯାଏ ଯେ ଯେତେବେଳେ କାଶ୍ମୀରରେ କୌଣସି ଅସୁବିଧା ଆସିବାକୁ ଯାଉଥାଏ ସେତେବେଳେ ମାତା କ୍ଷୀର ଭବାନୀ ବିପଦର ସଂକେତ ଦେଇଥାନ୍ତି । ଯେତେବେଳେ ବି ସଙ୍କଟ ଦେଖାଯାଏ, ଏହି ମନ୍ଦିରରେ ଅବସ୍ଥିତ ପୁଷ୍କରିଣୀର ଜଳ ଏହାର ରଙ୍ଗ ବଦଳାଇବା ଆରମ୍ଭ କରେ । ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ମନ୍ଦିରର ମୂଳ ରାମାୟଣ ସମୟ ସହିତ ଜଡିତ । ଏହି ଚମତ୍କାର ଆଗରେ ବିଜ୍ଞାନ ବି ହାର ମାନିଛି ।ଭକ୍ତମାନେ ମା ଦୁର୍ଗାଙ୍କ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଏଠାକୁ ଆସନ୍ତି । ପ୍ରତିଦିନ ଦେବୀ ପୀଠରେ କ୍ଷୀରି ଭୋଗ ଲଗାଯାଇଥାଏ । ଏହି କ୍ଷୀରିକୁ ପ୍ରସାଦ ଭାବରେ ପାଇ ମା’ ବେଶ୍ ପ୍ରସନ୍ନ ହୋଇଥାନ୍ତି । ଭକ୍ତଙ୍କୁ ମଧ୍ୟ ପ୍ରସାଦ ରୂପେ କ୍ଷୀରି ପ୍ରସାଦ ବଣ୍ଟନ କରାଯାଇଥାଏ । ଏଠାରେ ପ୍ରତିବର୍ଷ ମଇ ମାସରେ ପୁର୍ଣ୍ଣିମା ସମୟରେ ପୂଜାର୍ଚ୍ଚନା ସହିତ ମେଳା ଲାଗିଥାଏ ।

Pearl dental clinic
Near Ashish Medical Store, Bhawanipatna

ଏହି ମନ୍ଦିରକୁ ନେଇ ଅନେକ ରହସ୍ୟମୟ କାହାଣୀ ଜଡିତ ରହିଛି । ଯେତେବେଳେ କାଶ୍ମୀର ଉପରେ ବିପଦ ମାଡି ଆସେ ଏହି ପୁଷ୍କରିଣୀର ଜଳର ରଙ୍ଗ କଳା କିମ୍ବା ଲାଲ ହୋଇଯାଏ । ୨୦୧୪ ରେ ଯେତେବେଳେ କାଶ୍ମୀରରେ ପ୍ରବଳ ବନ୍ୟା ପ୍ରଭାବିତ ହୋଇଥିଲା ସେତେବେଳେ ଲୋକମାନେ କହିଥିଲେ ଯେ ଏହି ପୁଷ୍କରିଣୀର ଜଳ କଳା ହୋଇଯାଥିଲା । ସେହିପରି କାର୍ଗିଲ ଯୁଦ୍ଧ ଆରମ୍ଭରେ ଏହି ପୁଷ୍କରିଣୀର ଜଳ ଲାଲ ହୋଇଯାଇଥିଲା । କେବଳ ସେତିକି ନୁହେଁ ଧାରା ୩୭୦ ରଦ୍ଦ ହେବା ପରେ ଏହି ପୁଷ୍କରିଣୀର ଜଳ ସବୁଜ ହୋଇ ଯାଇଥିଲା ବୋଲି କୁହାଯାଏ। ବିଶ୍ୱାସ କରାଯାଏ ଯେ ଯେତେବେଳେ ଏହି ପୁଷ୍କରିଣୀର ଜଳ ସବୁଜ ହୋଇଯାଏ, ଏହା ସମୃଦ୍ଧିର ସଙ୍କେତ ଦେଇଥାଏ ।

Udyog Nursery
Udyogi Nursery

ଏ ମନ୍ଦିର ନେଇ ରହିଛି ବହୁ ପୁରୁଣା କିମ୍ବଦନ୍ତୀ । ପ୍ରଥମେ ରାବଣ ଦେବୀ ମା’ ଙ୍କୁ ପୂଜା କରୁଥିଲେ। କିନ୍ତୁ ତାଙ୍କର କୃରତା ଦେବୀଙ୍କୁ ଅସନ୍ତୁଷ୍ଟ କଲା ତେଣୁ ଦେବୀ ହନୁମାନ ଙ୍କ ସହାୟତାରେ ଲଙ୍କା ରୁ ଏହି ସ୍ଥାନକୁ ଚାଲି ଆସିଲେ। ସେହି ସମୟରେ ବସନ୍ତ ଋତୁ ଥିଲା।ତେଣୁ ବସନ୍ତ ଋତୁରେ ଏଠାରେ ମେଳା ଅନୁଷ୍ଠିତ ହୋଇଥାଏ । ହେଲେ ଏଠାରେ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥାଏ କୁଣ୍ଡର ପାଣିରେ । ଏହି କୁଣ୍ଡର ପାଣି ମଧ୍ୟରେ ମା’ଙ୍କ ଅବସ୍ଥିତି । ତେବେ ଏହି ଘଟଣା ନେଇ କେତେଦୂର ସତ୍ୟାସତ୍ୟ ରହିଛି । କଣ ସବୁ ରହିଛି ଏହି ପୀଠର ରହସ୍ୟ । ତାହା ଏଯାଏ କାହାକୁ ବି ଜଣା ନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.