ନର୍ଲା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କଲେ ରେଳଯାତ୍ରୀ ସୁରକ୍ଷା ସଂଘର ସଭାପତି ପ୍ରଦୀପ ନାଏକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭୁବନେଶ୍ୱର ଠାରେ ଭାରତ ସରକାରଙ୍କ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନର୍ଲାରୋଡ଼ ରେଳଯାତ୍ରୀ ସୁରକ୍ଷା ସଂଘର ସଭାପତି ପ୍ରଦୀପ କୁମାର ନାଏକ ସାକ୍ଷାତ କରି ତିନୋଟି ଟ୍ରେନ ରହଣି ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। କୋଭିଡ ପୂର୍ବରୁ ନର୍ଲାରୋଡ଼ ରେଳ ଷ୍ଟେସନରେ ଏହି ଟ୍ରେନ ଗୁଡିକର ରହଣୀ ରହିଥିଲା । କୋଭିଡ ପରେ ଲକଡାଉନ ସମ୍ପୂର୍ଣ୍ଣ ଉଠିଯିବାରୁ କୋଭିଡ ପାଇଁ ବାତିଲ ହୋଇଯାଇଥିବା ଟ୍ରେନ ଗୁଡିକ ପୁଣି ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଭାବରେ ଚାଲିଲା ହେଲେ ନର୍ଲାରୋଡ଼ ରେଳ ଷ୍ଟେସନ ରେ ଆଉ ଉକ୍ତ ଟ୍ରେନ ଗୁଡିକର ଷ୍ଟପେଜ ରହିଲା ନାହିଁ । ଗତବର୍ଷ ରୁପ୍ରାରୋଡ଼ ଷ୍ଟେସନରେ ରେଳରୋକ ଧାରଣା ଦିଆଯିବା ପରେ କୋରବା ଏକ୍ସପ୍ରେସ, ସମଲେଶ୍ବରୀ ଓ ପୁରୀ ଅହମଦାବାଦ ଏହି ତିନୋଟି ଟ୍ରେନ ଗୁଡ଼ିକର ପୁନଃ ରହଣୀ ହେଲା ନର୍ଲାରୋଡ଼ରେ। ହେଲେ ଆଗରୁ ନର୍ଲାରୋଡ ରେଳ ଷ୍ଟେସନ ରେ ଷ୍ଟପେଜ ରହିଥିବା ବିଶାଖାପାଟଣା-ନିଜାମୁଦ୍ଦିନ ସମତା ସୁପରଫାଷ୍ଟ ଏକ୍ସପ୍ରେସ, ଧାନବାଦ- ଆଲପୁଜା ଏକ୍ସପ୍ରେସ ଓ ବିଲାସପୁର- ତିରୁପତି ଏକ୍ସପ୍ରେସ ଟ୍ରେନର ରହଣୀ ଦିଆଯାଇନି । ରେଳମନ୍ତ୍ରୀ ଭୁବନେଶ୍ୱର ଆସିଥିବା ଖବର ପାଇ ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସଂଘର ସଭାପତି ତଥା କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ସାକ୍ଷାତ କରି ନର୍ଲାରୋଡ ରେଳ ଷ୍ଟେସନ ପ୍ରତି ଗୁରୁତ୍ବ ଦେଇ ଉପରୋକ୍ତ ଟ୍ରେନ ଗୁଡିକର ରହଣୀ ମଞ୍ଜୁର କରିବା ସହ ନର୍ଲାପାଇଁ ମଞ୍ଜୁର ହୋଇଥିବା ଲୋକମୋଟିଭ କାରଖାନା ସ୍ଥାପନା ପ୍ରକ୍ରୀୟ ତ୍ୱରାନ୍ୱିତ କରିବା ପାଇଁ ଲିଖିତ ଭାବରେ ଜଣାଇବା ସହ ଅନୁରୋଧ ମଧ୍ୟ କରିଥିଲେ । ଏଥିରେ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିକ୍ରିୟା ଦେଇ ଦାବୀ କରାଯାଉଥିବା ସମସ୍ତ ଟ୍ରେନ ଗୁଡିକର ଖୁବ ଶୀଘ୍ର ନର୍ଲାରୋଡ଼ ରେଳ ଷ୍ଟେସନରେ ରହଣୀ ଦିଆଯିବ ବୋଲି ଆଶ୍ୱାସନା ଦେଇଥିବା ବେଳେ ରାଜ୍ୟ ସରକାର ଜମି ଦେବାରେ ବିଳମ୍ବ କରୁଥିବାରୁ ଲୋକମୋଟିଭ ପ୍ରକଳ୍ପର କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି କହିଲେ। ରାଜ୍ୟ ସରକାର ଯେଉଁଦିନ ୮୦% ଜମି ଅଧିଗ୍ରହଣ କରି ରେଳବାଇ ବିଭାଗକୁ ହସ୍ତାନ୍ତର କରିବେ ସେହି ଦିନ ହିଁ ଟେଣ୍ଡେର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଲେ । ମୁଁ ଶୀଘ୍ର ନର୍ଲାକୁ ଯାଇ ଭୂମିପୂଜନ କରିବି ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସଂଘର ସଭାପତି ଶ୍ରୀ ନାଏକ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.